ଜମନକିରା/୧୩।୧/୨୦୨୩/( ଆଧାର ନିୟୁଜ): ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଶିଶୁ କନ୍ୟାର ମୃତ୍ୟୁ ହେବାର ୧୫ ଦିନ ପରେ ଅତିରିକ୍ତ ମାଜିିଷ୍ଟେଟଙ୍କ ଉପସ୍ଥିତିରେ ପୁଲିସ୍ ପୋତା ସ୍ଥଳରୁ ମୃତ ଶିଶୁ କନ୍ୟାର ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଛି। ସମ୍ବଲପୁର ଜିଲ୍ଲା ଜମନକିରାରେ ଘଟିଛି ଏଭଳି ଅଘଟଣ। ସୂଚନା ଯୋଗ୍ୟ, ଗତ ୨୪ ତାରିଖ ଦିନ ସ୍ଥାନୀୟ ଡାକ୍ତରଖାନାରେ ଜମନକିରା- ଦଶଘରିଆ ପଡାର ଶିବାନନ୍ଦ ସାହୁଙ୍କ ସ୍ତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଚିକିତ୍ସାଧିକାରୀ ଡ. ସିଦ୍ଧାର୍ଥ ବେହେରା ନବଜାତକର ଚିକିତ୍ସା କରୁଥିବା ବେଳେ ୨୫ ତାରିଖ ଉଭୟ ମା 'ଏବଂ ନବ ଜାତକ ଶିଶୁ କନ୍ୟା ସୁସ୍ଥ ଅବସ୍ଥାରେ ଡାକ୍ତ ରଖାନାରୁ ଘରକୁ ଫେରିଥିଲେ । ମାଦ୍ର ୨୭ ତାରିଖ ଦିନ ନବଜାତକ ଶିଶୁକନ୍ୟା ଅସୁସ୍ଥ ହେବାରୁ ତାକୁ ପୁଣି ଥରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଡାକ୍ତର ନବ ଜାତକ ଶିଶୁ କନ୍ୟାକୁ ଥଣ୍ଡାଜ୍ୱର ହୋଇଥିବା କହି ଔଷଧ ଦେଇଥିଲେ । ଘରକୁ ଗଲାପରେ ଶିଶୁକନ୍ୟା ଗୁରୁତର ହେବାରୁ ତାକୁ ସମ୍ବଲପୁର ଡାକ୍ତଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୧୫ ଦିନ ପରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବ ଜାତକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ନେଇ ଜମନକିରା ଥାନାରେ ପିତା ଶିବାନନ୍ଦ ସାହୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଶୁକ୍ରବାର ମାଜିଷ୍ଟ୍ରେଟ ଉପସ୍ଥିତିରେ ମାଟିତଳୁ ପୋତା ସ୍ଥଳରୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲା । ହେଲେ ସିଦ୍ଧାର୍ଥ ବେହେରା ଙ୍କୁ ପଚାରିବାରୁ ଚିକିତ୍ସାରେ କୌଣସି ଅବଅହଳା କରାଯାଇ ନ ଥିବା ଡ଼ାକ୍ତର କହିଛନ୍ତି। ବରଂ ଡ଼ାକ୍ତରଖାନାରେ ସ୍ବାସ୍ଥ୍ୟ ନିରୀକ୍ଷଣ ପାଇଁ ରଖାଯାଉଥିବା ବେଳେ କାହାକୁ କିଛି ନ ଜଣାଇ ତାଙ୍କ ଘରକୁ ଚାଲି ଯାଇଥିଲେ। ଯେଉଁଥିପାଇଁ ନବ ଜାତକ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ବୋଲି ଡ. ବେହେରା କହିଛନ୍ତି।
Recent Comments