ପଦ୍ମପୁର/ବରଗଡ଼/୦୮/୦୧/୨୦୨୩/(ଆଧାର ଓଡିଶା) ଭାରତ ସରକାରଙ୍କ ଆୟୁଷ ମନ୍ତ୍ର୍ରାଳୟ ରାଷ୍ଟ୍ରୀୟ ଆୟୁ ର୍ବେଦ ବିଦ୍ୟାପୀଠ ନୂଆଦିଲ୍ଲୀର ପୃଷ୍ଟ ପୋଷକତାରେ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ସିସିଆରଏସ ଭୁବନେଶ୍ୱର ଏବଂ ଶ୍ରୀ ଶ୍ରୀ ନୃସିଂହନାଥ ର ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପାଇକମାଳର ମିଳିତ ସହଯୋଗରେ ତ୍ରୀଦିବସୀୟ ରାଷ୍ଟ୍ରୀୟ ଆୟୁର୍ବେଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କର୍ମଶାଳାକୁ କେ ନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଡା. ରବିନାରାୟଣ ଆଚାର୍ଯ୍ୟ ଉଦଘାଟନ କରି ଥିଲେ।ଦେଶର ବିଭିନ୍ନ ପ୍ରାନ୍ତର ୧୧ଟି ରାଜ୍ୟରୁ ୩୦ଜଣ ଆୟୁର୍ବେଦ ଶିକ୍ଷକ ଓ ଗବେଷକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ନ୍ୟାସନାଲ ବଟାନିକାଲ ରିସର୍ଜ ଇନଷ୍ଟୁଚୁଟ ର ବୈଜ୍ଞାନିକ ଡା. ସରୋଦ ଶ୍ରୀବାସ୍ତବ, ସୋଆ ବୈଜ୍ଞାନିକ ପ୍ରତାପ ପଣ୍ତା ବିଏ ସଆଇ ବୈଜ୍ଞାନିକ ଡା.ଅଧିରଂଜନ ସାହୁ ସିସିଆର ଏମ ବୈଜ୍ଞାନିକ ଡା.ସଂଜୀବ କୁମାର ଲାଲେ,ବୈଜ୍ଞାନିକ ଡା.ରମେଶ ଭୁତିଆ,ଜୀବ ବିଜ୍ଞାନୀ ପାରେଶ୍ୱର ସାହୁପ୍ରମୁଖ କର୍ମଶାଳା ଶିକ୍ଷାର୍ଥୀଙ୍କୁ ତିନିଦିନ ଧରି ବୃକ୍ଷଲତା ଉପରେ ପ୍ରଶିକ୍ଷଣ ଦେବା ସହ ଗନ୍ଧମାର୍ଦ୍ଦନ ପର୍ବତ ଓ ମହାବିଦ୍ୟାଳୟ ଉଦ୍ୟାନରେ ପ୍ରତେକ୍ଷ ଭାବେ ଔଷଧିୟ ବୃକ୍ଷଲତା ଚିହ୍ନଟ କରାଇଥିଲେ।ଲୁମ୍ବିନି ଉଦ୍ୟାନ ପରିସରରେ ସମସ୍ତ ଶିବି ରାର୍ଥୀ ଯୋଗ ଦେଇଥିଲେ।ଆୟର୍ବେଦ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ସତ୍ୟଭୁଷଣ ସାହୁଙ୍କ ଅଧ୍ୟ କ୍ଷତା ଏକ ଅନୁଷ୍ଠିତ ସଭାରେ ଅତିଥି ଭାବେ ସମସ୍ତ ୭ଜଣ ବୈଜ୍ଞାନିକ ଯୋଗ ଦେଇଥିଲେ।କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ନୁଆଦିଲ୍ଲିର ମହାନିର୍ଦ୍ଦେଶକ ଡା.ଆଚାର୍ଯ୍ୟ ଲୁମ୍ବିନି ଭେସଜ ଉଦ୍ୟାନକୁ ଜାତୀୟମାନ୍ୟତା ମିଳିବା ଉପରେ ଗୁରୁତ୍ବାରୋପ କରିଥିଲେ।ମହାବିଦ୍ୟଳୟର ସମ୍ପାଦକ ମନୋଜ ତ୍ରୀବେଦୀ,ଅଧ୍ୟକ୍ଷ ଡା.କ୍ଷୀରାଦ୍ରି ତନ ୟା ରାଉତରାୟ ,ଡା.ଶିବ ପ୍ରସାଦ ମହାନ୍ତି,ଡା.ଯୋଗାସୁଂ ବର୍ମା ଶିବିରର ବିଭିନ କାର୍ଯ୍ୟରେ ସହଯୋଗ କରିଥିଲେ।
ଧିରେନ୍ ମହାନ୍ତିଙ୍କ ରିପୋର୍ଟ।
Recent Comments