ବରଗଡ଼/ (ଆଧାର ନ୍ୟୁଜ) ପ୍ରବଳ ପ୍ରତାବୀ ମହାରାଜ କଂସଙ୍କ ଆଦେଶ କ୍ରମେ ମଥୁରାନଗରୀ (ବରଗଡ଼) ର ମିନା ବଜାର ପଡିଆରେ ଲଗାତାର ଛଅ ଦିନଧରି ନିଷ୍ଠା ପରିବାର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା. ଆଜି ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଯୋଗଦେଇ ଏହାକୁ ଉଦଘାଟନ କରି ଥିଲେ। ସେହିପରି ଗତକାଲି ମୁଖ୍ୟ ଅତିଥି ଭାବରେ ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ଶ୍ରୀ ସମ୍ବିତ ଆଚାର୍ଯ୍ୟ, ସମ୍ବାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁଚରଣ ଦାଶ, ରକ୍ତ ଭଣ୍ଡାର ଅଧିକାରୀ ସୁଶାନ୍ତ କୁମାର କର ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥଲେ। ସେହିପରି ୪ତାରିଖରେ ଅତିରିକ୍ତ ଜିଲ୍ଲାପାଳ କୃତି ବାସ ରାଉତ, ବିକାଶ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବରଗଡ଼ ଜିଲ୍ଲା ତଥା ସମ୍ବଲପୁର ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଧନୁଯାତ୍ରା ତଥା ମିନାବାଜାରକୁ ବୁଲି ଆସୁଥିବା ପୁରୁଷ,ମହିଳା ବିଶେଷ କରି ଯୁବବର୍ଗ ଖୁବ୍ ଆଗ୍ରହର ସହ ସ୍ୱତ୍ୱ ପ୍ରବୃତ୍ତ ଭାବରେ ରକ୍ତଦାନ ପାଇଁ ନିଜ ନାମ ପଞ୍ଜିକରଣ କରୁଥିଲେ। ଗତ ୫ଦିନ ମଧ୍ୟରେ ୧ ତାରିଖରେ ବରଗଡ଼ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୧୨୧ ୟୁନିଟ,୨ ତାରିଖରେ ସମ୍ବଲପୁର ବ୍ଲଡ଼ବ୍ୟାଙ୍କ ଦ୍ୱାରା ୧୦୩ ୟୁନିଟ୍,୩ରେ ବରଗଡ଼ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୧୦୧ ୟୁନିଟ୍,୪ତାରିଖରେ ବୁର୍ଲା ବ୍ଲଡ଼ବ୍ୟାଙ୍କ ଦ୍ୱାରା ୧୩୨ ୟୁନିଟ୍ ଓ ଗତକାଲି ଶିବିରରେ ୫ଯୋଡ଼ା ଦମ୍ପତ୍ତିଙ୍କୁ ମିଶାଇ ସର୍ବମୋଟ୍ ୧୧୧ୟୁନିଟ୍ ରକ୍ତ ବରଗଡ଼ ରକ୍ତଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା । ନବବର୍ଷ ଅବସରରେ ପ୍ରଥମ ଥରପାଇଁ ରକ୍ତଦାନ କରିଥିବା ଯୁବକ/ଯୁବତୀ ମାନେ ମତ ପ୍ରକାଶ କରୁଥିଲେ ଯେ ରକ୍ତଦାନ କରି ଅପରିଚିତ ,ଅଜଣା ବ୍ୟକ୍ତିର ଜୀବନ ବଞ୍ଚାଇ ବାରେ ସହାୟକ ହୋଇ ପାରିଥିବାରୁ ବହୁତ ଖୁସି ଅନୁଭବ ହେଉ ଛି।ଏହି ଶିବିରକୁ ନିଷ୍ଠା ପରିବାରର ଉପଦେଷ୍ଟା ଦୁର୍ବାଦଳ ଷଡ଼ଙ୍ଗୀ,ଅସ୍ୟୁନି ତ୍ରିପାଠୀ,ଉପ ସଭାପତି କ୍ଷୀରୋଦ୍ର ସାହୁ,ସଭାପତି ରକ୍ଷପାଳ ସାହୁ,ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଚିପଣ୍ଡା,ବିଦ୍ୟାଧର ଭୋଇ,ମାନସ ମେହେର ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା, ରୀନା ମହାରଣାଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୂଚାରୁ ରୂପେ ପରିଚଳନା କରିଥିଲେ।
Recent Comments