logo
add image
ଯକ୍ଷ୍ମା ରୋଗୀଙ୍କୁ ସୁଷମଖାଦ୍ୟ ବଣ୍ଟନକଲେ ବ୍ଲକ ଅଧକ୍ଷା.

ଯକ୍ଷ୍ମା ରୋଗୀଙ୍କୁ ସୁଷମଖାଦ୍ୟ ବଣ୍ଟନକଲେ ବ୍ଲକ ଅଧକ୍ଷା.

ଅସ୍ତରଙ୍ଗ/୨୮ /୧୨/୨୦୨୨/ (ଆଧାର ନ୍ୟୁଜ) ଯକ୍ଷ୍ମା ରୋଗ ବିରୋଧରେ ଦେଶ ବ୍ୟାପି ଲଢେଇ ଜୋର କରିବାକୁ ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗର ସମ୍ପୂର୍ଣ ମୂଳଉତ୍ପାଟନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିର୍ଧାରିତ ଲକ୍ଷ୍ୟ ପୂରଣ ପାଇଁ ଟିବିମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି. ଟିବି ବା ଯକ୍ଷ୍ମା ରୋଗ ମାଇକୋ ବ୍ୟାକଟେରିଆନ ଟ୍ୟୁବକିଲୋସିସି ଜୀବାଣୁ ଦ୍ୱାରା ହୋଇଥାଏ.ସାଧାରଣ ଏହା ଦ୍ୱାରା ଫୁସୁଫୁସ ପ୍ରଭାବିତ ହୋଇଥାଏ. କିନ୍ତୁ ଏହା ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ. ଅଭାବ ଅନଟନ ଭିତରେ ଯେତେବେଳେ ଚିକିତ୍ସା ପାଇଁ ଅର୍ଥ ବାଧକସାଜିଛି ସେତେ ବେଳେ ଅସ୍ତରଙ୍ଗ ବ୍ଲକର ପାଞ୍ଚଜଣ ଯକ୍ଷ୍ମା ରୋଗୀଙ୍କୁ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ ନିଜ ପାଣ୍ଠିରୁ ସୁଷମ ଖାଦ୍ୟ ୩ ମାସପାଇଁ ଯୋଗାଇ ଦେଇଛନ୍ତି.ସେଥିପାଇଁ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିବି ଆକ୍ରାନ୍ତ ରୋଗୀ ସହ ଆଲୋଚନା କରି ଏକ ବୈଠକ କରିଥିଲେ.ଏହି ବୈଠକରେ ମୁଖ୍ୟ ଅତିଥି ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକ,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସଂଜୟ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ଭୋଳ ଉପସ୍ଥିତ ଥିବା ବେଳେ ପରିଚାଳନା ଦାୟିତ୍ୱରେ ବ୍ଲକ ଯକ୍ଷ୍ମା ପରିଦର୍ଶକ ପ୍ରସନଜିତି ସାହୁ ଉପସ୍ଥିତ ଥିଲେ .ଆଜି ବି ଅଧିକାଂଶ ଲୋକେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଉଛନ୍ତି. ଯେଉଁମାନେ ଚିକିତ୍ସା ବଦଳରେ ଘରୋଇ ଚିକିତ୍ସା ଉପରେ ନିର୍ଭର କରନ୍ତି ଏମିତି ହେବା ଦ୍ୱାରା ବିଳମ୍ବରେ ରୋଗୀ ସୁସ୍ଥହୁଏ.ତେଣୁ ଯକ୍ଷ୍ମା ରୋଗରେ କେହି ଆକ୍ରାନ୍ତ ହେଉଛନ୍ତି ତୁରନ୍ତ ସେମାନେ ଡକ୍ଟରଙ୍କ ପରାମର୍ଶ ନେବା ଜରୁରୀ.  (ରିପୋର୍ଟ-ବିନୋଦ ସେଠି-ଅସ୍ତରଙ୍ଗ ) 

Recent Comments

Leave Comments

Top