logo
add image
ଦୁର୍ଗମ ଅଞ୍ଚଳରେ ରକ୍ତଦାନ ଶିବିର-୨୦ୟୁନିଟ ରକ୍ତ ସଂଗୃହିତ  

ଦୁର୍ଗମ ଅଞ୍ଚଳରେ ରକ୍ତଦାନ ଶିବିର-୨୦ୟୁନିଟ ରକ୍ତ ସଂଗୃହିତ  

ବାଲିଗୁଡା/୨୩ /୧୨/୨୦୨୨/(ଆଧାର ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ. ଖମନଖୋଲ ପଞ୍ଚାୟତର ମେଡ଼ିକାଲ ପରିସରରେ ସ୍ୱାସ୍ଥ୍ୟ ଓ  ଆରୋଗ୍ୟ କେନ୍ଦ୍ର ଖମନଖୋଲ ଏବଂ କ୍ୟାରମ ଅନୁଷ୍ଠାନର ମିଳିତ ପ୍ରୟାସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦ ୟୁନିଟ ରକ୍ତ ସଂଗୃହିତ ହୋଇଛି l ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଦେବୀ ପ୍ରସାଦ ଓ ତାଙ୍କ ସ୍ତ୍ରୀ ଦୁର୍ଗେଶ ନନ୍ଦିନୀ ରକ୍ତଦାନ କରିଥିବା ବେଳେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶୁଶାନ୍ତ ମଣ୍ଡଳ, ସୁଡ୍ରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସତ୍ୟବ୍ରତ ଦାସ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଆୟୋଜନ କରିବା ସହ ରକ୍ତଦାନ କରି ଉଦାହରଣ ସାଜିଛନ୍ତି l ଉକ୍ତ ଶିବିରରେ ସିଆରପିଏଫ ଜବାନଙ୍କ ସମେତ ଅଞ୍ଚଳର ସମାଜସେବୀ ଓ ଯୁବକ ମାନେ ମଧ୍ୟ ରକ୍ତଦାନ କରିଥିଲେ l ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସୋମ୍ୟ ଦର୍ଶନ ନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗୃହିତ କରିଥିଲେ l
                         ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ     

Recent Comments

Leave Comments

Top