logo
add image
 ପ୍ରଦ୍ୟୁଷଣ ମୁକ୍ତ ସଚେତନତାର ବାର୍ତ୍ତାନେଇ ଯୁବକଙ୍କ ସାଇକେଲରେ ଭାରତ ଭ୍ରମଣ.

 ପ୍ରଦ୍ୟୁଷଣ ମୁକ୍ତ ସଚେତନତାର ବାର୍ତ୍ତାନେଇ ଯୁବକଙ୍କ ସାଇକେଲରେ ଭାରତ ଭ୍ରମଣ.

ଭବାନୀପାଟଣା/ (ଆଧାର ଓଡିଶା) ଉତ୍ତର ବନଖଣ୍ଡ କର୍ମଚାରୀ ମାନଙ୍କ ଦ୍ୱାରା ଉର୍ଚ୍ଚଶିତ ସମ୍ବର୍ଦ୍ଧନା. ଆମ ପରିବେଶ, ପକୃତି ବଂଚିବା ପାଇଁ ରାହା ଦେଇଛି କିନ୍ତୁ ଆମେ ତାହାର ସଠିକ ଉପଯୋଗ ନକରିବା ଫଳରେ ଧୀରେ ଧୀରେ ତାହା ପ୍ରଦୂଷିତ ହୋଇ ବାୟୁମଣ୍ଡଳ ଦୂଷିତ ହେବାଦ୍ୱାରା ଯିବଜଗତ,ପ୍ରାଣୀଜଗତ ବଡ ଧରଣର ବିପଦର ସମୁଖୀନ ହେବାକୁ ଯାଉଛି. ବେଳଥାଉ ସାବଧାନ, ରହିଲେବନ ବଞ୍ଚିବେଜନ, ଏହିଭଳି ପରିବେଶ ପ୍ରଦୂଷଣ ମୁକ୍ତ ରଖିବା ଭଳି ସଚେତନତାର ବାର୍ତ୍ତାନେଇ ସୁଦିପ ନାମ୍ନ ଜଣେ ୨୫ ବର୍ଷର ଯୁବକ ନିଜ ସାଇକେଲରେ ସୁଦୂର କଲିକତାରୁ ବାହାରି ସମଗ୍ର ଭାରତ ଭ୍ରମଣ କରିବା ସହ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି. ଏହିଭଳି ମହତ୍ୱ ଉଦେଶ୍ୟ ରଖି ଭାରତ ଭ୍ରମଣରେ ବାହାରିଥିବାରୁ ଯୁବକଙ୍କୁ ଆଜି ସନ୍ଧ୍ୟାରେ ଉତ୍ତର ବନଖଣ୍ଡ କର୍ମଚାରୀ ଏବଂ ମିଳିତ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ, ସମ୍ପାଦକ ସାରଦା ପ୍ରସାଦ ମହାନ୍ତିଙ୍କ ସମେତ ସହରର ବହୁବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଉର୍ଚ୍ଚଶିତ ସମ୍ଭର୍ଦ୍ଧନା ଦିଆଯିବା ସହ ସ୍ୱାଗତ କରାଯାଇଥିଲା. ଏବଂ ଯୁବକଙ୍କର ରାତ୍ରି ଯାପନପାଇଁ ସମସ୍ତ ବନ୍ଦୋବସ୍ତ କରିଯାଇଥିଲା.ଏହିଭଳି ମହତ୍ୱ କାର୍ଯ୍ୟ ଲାଗି ଉଭୟ ବନଖଣ୍ଡ କର୍ମଚାରୀ ଏବଂ ଯୁବକଙ୍କୁ ସବୁମହଲରୁ ପ୍ରଶଂସାର ସୁଅ ଛୁଟିଛି. 

Recent Comments

Leave Comments

Top