logo
add image
ସ୍ଵାସ୍ଥ୍ୟ ସେବା ଶିବୀର ଅନୁଷ୍ଠିତ 

ସ୍ଵାସ୍ଥ୍ୟ ସେବା ଶିବୀର ଅନୁଷ୍ଠିତ 

ଗୁଣପୁର/୨୨/୧୨/୨୦୨୨/ (ଆଧାର ଓଡିଶା) ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଶିତକାଳିନ ସ୍ୱତନ୍ତ୍ର ସେବା ଶିବୀରର ତୃତୀୟ ଦିନରେ ଶାଖା ନଂ ୧ ଓ ୨ ଦ୍ଵାରା ଆଜି ପୋଷ୍ୟଗ୍ରାମ ହାଉସିଂ ବୋର୍ଡ କୋଲୋନି ଓ ବନ୍ଦୁଗୁଡାରେ ଏକ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ,ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର କେ ନାଭ୍ୟା ଯୋଗଦେଇ ୫୯ ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସ୍ଵେଚ୍ଛାସେବୀ ମାନେ ରୋଗୀ ତଥା ବୟସ୍କ ଲୋକମାନଙ୍କ କେନ୍ଦ୍ରରେ ପହଞ୍ଚାଇବା ସହ ଗ୍ରାମ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଡକ୍ଟର ନାଭ୍ୟାଙ୍କ ସହ ଉପଖଣ୍ଡ ଚିକିତ୍ସାଳୟର ବି. ଛାୟାପତି, ଶର୍ମୀଳ। ପାତ୍ର ,ଦିଲିପ କୁମାର ଓ ଆଶାକର୍ମୀ ବିରାଜିନି ଗନ୍ତାୟତ ଉପସ୍ଥିତ ରହି ସହଯୋଗ କରିଥିଲେ । ଦିତୀୟ ପର୍ଯ୍ୟାୟରେ ବାଲ୍ୟବିବାହର ଜିଲ୍ଲାସ୍ତରୀୟ ପରାମର୍ଶଦାତା ଶ୍ରୀଯୁକ୍ତ ରତନେଶ୍ୱର ସାହୁ ଓ ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ଶୀବରାର୍ଥୀ ମାନଙ୍କୁ ସଚେତନ କରିବା ସହ ବାଲ୍ୟବିବାହ ପରି ଏକ କୁସଂସ୍କାରକୁ ସମାଜରୁ ବିଲୋପ କରିବାପାଇଁ ଅନୁରୋଧ କରିଥିଲେସନ୍ଧ୍ୟାରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ପୋଷ୍ୟଗ୍ରାମରେ ବାଲ୍ୟବିବାହ ଉପରେ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ପୁରୋହିତରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅମୀୟ ରଞ୍ଜନ ମହାନ୍ତି ଓ ଡ଼ ଦେବିଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ସଫଳ ହୋଇଥିଲା । ଶିବୀରାର୍ଥୀ ସାଗର, ଚନ୍ଦ୍ରକାନ୍ତ । ବିନୋଦ,ଦେବୀଅମୃତା, ନିଷିତା ।ଅଞ୍ଜଳି, ଶ୍ରୀୟା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । (ରିପୋର୍ଟ-ନରସିଂହ ମହାନ୍ତି )  

Recent Comments

Leave Comments

Top