ସୁବର୍ଣ୍ଣପୁର/୨୧/୧୨/୨୨/ (ଆଧାର ଓଡିଶା) ସୋନପୁର ବ୍ଲକର ଅସୁରମୁଣ୍ଡା ସେବାଶ୍ରମ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୋବାଇଲ ହେଲଥ ଟିମର ଡା,ସରୋଜ କୁମାର ପଟେଲ,ଡା.ଚିତ୍ତ ରଞ୍ଜନ ତ୍ରିପାଠୀ, ଫର୍ମାସିଷ୍ଟ ହୃଷିକେଶ ମିଶ୍ର,ଏ ଏନ ଏମ ଶୁଭଲଷ୍ମୀ ବାଗ,ଓ ଗୀତାଞ୍ଜଳି ସାଙ୍କ ଦ୍ୱାରା ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଅମ୍ଲାନ ପ୍ରୋଗ୍ରାମ ଏନିମିଆ ମୂକ୍ତ ସ୍ୱାସ୍ଥ୍ୟ ଅଭିଯାନରେ ସମସ୍ତଙ୍କ ରକ୍ତ ନମୁନା ନେଇ ହେମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା l ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସଚେତନତା କରାଇ ଆଇ ଏଫ ଏ ବଟିକା ଖାଇବା ପାଇଁ ପରାମର୍ଶ କରାଯାଇଥିଲା.ଏହି କାର୍ଯ୍ୟକ୍ରମରେ ସେବା ଶ୍ରମର ମୁଖ୍ୟ ବୃନ୍ଦାବନ ବଢ଼ାଇଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments