କଲ୍ୟାଣସିଂହପୁର/ରାୟଗଡା-୨୧/୧୨/୨୨/ (ଆଧାର ଓଡିଶା) ଜଣେ ଏନଏମଙ୍କ ଅନୁପସ୍ଥିତି ଯୋଗୁଁ ଇମ୍ୟୁନାଇଜେସନ ସେବା ଠପ ଲୋକମାନେ ବିପଦରେ.ଏହି ବୁଧବାର ସାଙ୍ଗକୁ ୪ପାଳିହେବ ଏହି ସେବାରୁ ବଞ୍ଚିତ ହେଇଛନ୍ତି ପ୍ରାୟ ୫ହଜାରରୁ ଅଧିକ ଲୋକ.ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ଅଧୀନରେ ଥିବା ଢ଼େପଗୁଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରତେକ ପଂଚାୟତରେ ଭ୍ରାମ୍ୟମାଣ ଇମ୍ୟୁନାଇଜେସନ ଅର୍ଥାତ ସୁନ ବର୍ଷରୁ ୫ବର୍ଷର ପିଲାଙ୍କୁ ଅନେକ ପ୍ରକାର ଟୀକାପ୍ରଦାନ କରାଯାଇଥାଏ. କାରଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡାକଡି ଭାବରେ ଶିଶୁ ମୃତ୍ୟୁହାର ଓ ଅପପୃଷ୍ଟି ପାଇଁ ସତର୍କତା ଅବଲମ୍ବନ କରି ଗୋଟିଏ ଲେଖାଏଁ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲି ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦେଇଛନ୍ତି. ହେବ ସ୍ୱାସ୍ଥ୍ୟ ସେବା ସହ ଅନ୍ୟ ସହାୟକ କାର୍ଯ୍ୟ କେନ୍ଦ୍ରରରେ ରଶ୍ମି ନାମକ ଏକ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଛନ୍ତି କିନ୍ତୁ କୌଣସି କାରଣ ବଶତଃ ସେ ଅନୁପସ୍ଥିତି ରହିଥିବାରୁ ଏହି ସେବା ପାଇବାରେ ଲୋକମାନେ ବଂଚିତ ହେଉଛି | ଏନେଇ ବି ପି ଏମ କୈଳାସ କୁମାର ନୟାକଙ୍କୁ ପଚାରିବାରୁ ଏହା ରଙ୍ଗ ନମ୍ବର କହି ଫୋନ କାଟି ଦେଇ ଅସହଯୋଗ କରିଥିଲେ | ଏନେଇ ଗ୍ରାମବାସୀ ବିଶ୍ୱନାଥ କାଡ୍ରାକା, ରାମ କାଡ୍ରାକା, ପୂର୍ବତନ ୱାର୍ଡ ସଭ୍ୟ ସୁବାଷ ଗୌଡ଼, ପ୍ରସାଦ ପେରିସିକା, ଲଛିଗା କାଡ୍ରାକା ପ୍ରମୁଖ କହିଛନ୍ତି କି ସଠିକ ଭାବରେ ସ୍ୱାସ୍ଥ୍ୟସେବା ଦେବାରେ ଏହି ଉପ କେନ୍ଦ୍ର ବିଫଳ ହେଇଛି ସୁନ୍ଦର ସ୍ୱାସ୍ଥ୍ୟ ଓ ଅପ ପୁଷ୍ଟି ହଟିବ କଣ ବଢୁଛି ସରକାରଙ୍କ ଜନ୍ମ ନିୟନ୍ତ୍ରଣ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଉଥିବାରୁ ଶିଶୁଙ୍କ ସଂଖ୍ୟା କମି ଯାଉଛି. ଏଭଳି ଅବହେଳା ହେଉଥୁବାରୁ ବିପଦରେ ଶିଶୁ ଓ ଗର୍ଭବତି ମହିଳା ତେଣୁ ଯଥାଶୀଘ୍ର ଇମ୍ୟୁନାଇଜେସାନ କାମ ଆରମ୍ଭ କରାଯାଉ ନଚେତ ଆଗାମୀ ଦିନରେ ବିପଦ ପଡିପାରେ | ଏନେଇ ନୂତନଭାବେ ଦାଇତ୍ୱ ଗ୍ରହଣ କରିଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଶ୍ରୀ ଜେନା ବାବୁଙ୍କ ସହ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହେଇପାରି ନଥିଲା ସେ କଥାରେ ଅଛି ଘରେ ନପଶୁଣୁ ଚାଳବାଜିଲା ଭଳି ହେଇଛି ଯଥା ଶୀଘ୍ର ଏହି ବିଷୟକୁ ଗୁରୁତର ସହ ଗ୍ରହଣ କରାଯାଉ.
Recent Comments