ଅସ୍ତରଙ୍ଗ/୨୦/୧୨ /୨୨/( ଆଧାର ଓଡିଶା) ଅଭାବ ଅନଟନ ଭିତରେ ଯେତେବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ସେତେବେଳେ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ନିଜେ ଇଚ୍ଛାକୃତ ଭାବେ ନିଜ ପାଣ୍ଠିରୁ ଅସ୍ତରଙ୍ଗ ବ୍ଲକରେ କୋଡିଏ ଜଣ ଓ କାକଟପୁର ବ୍ଲକରେ କୋଡିଏ ଜଣ ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି. ଭାରତର ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିଛନ୍ତି. ମୁଖ୍ୟ ଲକ୍ଷ୍ୟ ରହିଛି ୨୦୧୫ ସୁଦ୍ଧା ଭାରତହେବ ଟିବିମୁକ୍ତ. ସେଥିପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଡିଏଜଣ ଯକ୍ଷ୍ମା ରୋଗୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରାଯାଇଛି. ପ୍ରତି ମାସ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ. ଏ ସମସ୍ତ ଦାୟିତ୍ୱ ମନ୍ତ୍ରୀ ବହନ କରିବେ.ଆଜି ବି ଅଧିକାଂଶ ଲୋକେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଉଛନ୍ତି. ଯେଉଁମାନେ ଚିକିତ୍ସା ବଦଳରେ ଘରୋଇ ଚିକିତ୍ସା ଉପରେ ନିର୍ଭର କରନ୍ତି ଏମିତି ହେବା ଦ୍ୱାରା ବିଳମ୍ବରେ ରୋଗୀ ସୁସ୍ଥହୁଏ. ତେଣୁ ଯକ୍ଷ୍ମା ରୋଗରେ କେହି ଆକ୍ରାନ୍ତ ହେଉଛନ୍ତି ତୁରନ୍ତ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ. ( ରିପୋର୍ଟ-ବିନୋଦ ସେଠି)
Recent Comments