logo
add image
ସ୍ୱଚ୍ଛଭାରତ ସଂଗଠନର ବନ୍ଧୁମିଳନ ଓ ସ୍ୱଚ୍ଛ ମହାନଦୀ ସଚେତନତା କାର୍ଯ୍ୟକ୍ରମ

ସ୍ୱଚ୍ଛଭାରତ ସଂଗଠନର ବନ୍ଧୁମିଳନ ଓ ସ୍ୱଚ୍ଛ ମହାନଦୀ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର/୨୦/୧୨/୨୨/ (ଆଧାର ଓଡିଶା) ଆଜି ସ୍ୱଚ୍ଛଭାରତ ସଂଗଠନ ପକ୍ଷରୁ ସୋନପୁର ମହାନଦୀ ବ୍ରିଜ ବୁଢାରଜା ଘାଟଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହିତ ଆଗାମୀ ନୁଆଁ ବର୍ଷ ପାଇଁ ପିକନିକରେ ଆସୁଥିବା ଦୂର ଦୁରାନ୍ତର ପର୍ୟ୍ୟଟକ ମାନଙ୍କ ଦ୍ୱାରା ଜମୁଥୁବା କୁଢ଼ କୁଢ଼ ଅଳିଆ ଆବର୍ଜନା, ପଲିଥିନ,ପାଣି ବୋତଲ ସବୁକୁ ଗୋଟାଏ ସାମୁହିକ ଭାବେ ସଫା କରିଥିଲେ l ଏବଂ ହାତରେ ପ୍ଲାକାର୍ଡ ଧରି ସ୍ୱଚ୍ଛ ମହାନଦୀ ସ୍ୱଚ୍ଛ ସୁବର୍ଣ୍ଣପୁର ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସମାଜ ପାଇଁ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ l ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ଉପଦେଷ୍ଟା ଗରିବ ଲୋଇ, ଶ୍ରୀବତ୍ସ ମଲ୍ଲିକ,  ଅଭିମନ୍ୟୁ କୁଶଳ, ପୋଲିସ ଆର ଆଇ  ପ୍ରଦ୍ୟୁମ୍ନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ଓ ମନୋରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା, ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବିନୋଦ ମେହେର, ପ୍ରଦୀପ ପୁରୋହିତ, ପ୍ରହଲ୍ଲାଦ ମିଶ୍ର, କୃଷ୍ଣଚନ୍ଦ୍ର ବିଶି, ପ୍ରଫୁଲ୍ଲ ନାଏକ,ତରଣୀ ମେହେର,ଗଣେଶ ମିଶ୍ର, ସିମାଞ୍ଚଳ ହୋତା,ପ୍ରମୋଦ କୁମାର ସାହୁ, ଡା.ସରୋଜ ପଟେଲ, ସୁଶାନ୍ତ ସାହୁ,ଲଡ଼ୁ କିଶୋର ମଲ୍ଲିକ,ଖିରୋଦ ପଟେଲ, ଅମର ଭୁତ,ତ୍ରିଲୋଚନ ତରିଆ, ନାରାୟଣ ରଥ,ପ୍ରମୋଦ ମହାଣl, ଜୟନ୍ତ ବେହେରା,ପ୍ରତାପ ଦାଶ, କ୍ରିଷ୍ଣା ମେହେର,ଦିଲ୍ଲୀପ ଭୁକ୍ତା, ଗୋକୁଳ ଠାକୁର, ଅଶୋକ ହୋତା,ସଂଗୀତା ନାଏକ, ଗୋପାଳ ମେହେର, ପ୍ରମୁଖ ସମସ୍ତ ସଭ୍ୟ ଯୋଗ ଦେଇଥିଲେ l   

Recent Comments

Leave Comments

Top