ଅମ୍ବାଭୋନା/ବରଗଡ/୨୦/୧୨/୨୦୨୨/ (ଆଧାର ଓଡିଶା) ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା କୃତାର୍ଥ ଆଚାର୍ଯ୍ୟ ଶିଳ୍ପ ତାଲିମ କେନ୍ଦ୍ରଠାରେ ପିକେଆଇଟିସି ଓ ଆମ ଓଡିଶା ସମ୍ବାଦ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନଆଚାର୍ଯ୍ୟ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଦ୍ଵାରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନରଂଜନ ଭୋଇ,ଭୁକ୍ତା ପିକେଆଇଟିସିର ପୂର୍ବତନ ଅଧ୍ୟକ୍ଷ ଠିକଦାର ସାହୁ, ସଂଯୋଜକ ସରୋଜ ମାଝୀ,
ପୂର୍ଣ୍ଣାନନ୍ଦ ବଢେଇ, ଖେଟବ୍ରତ ସାହୁ,ଅମୃତଲାଲ ପଟେଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଡକ୍ଟର ଚିନ୍ତାମଣି ପଟେଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଠାକୁର ରାମ ପଟେଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ସା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ପଟେଲ, ଜୟଲାଳ ପଟେଲ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରକୁ ପିକେଆଇଟିସି ଅଧ୍ୟକ୍ଷ ରବିନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ସଂଜୀବ ନାଏକ, ଦିଲ୍ଲୀପ ସା, ଜଜିନ୍ଦ୍ର ପ୍ରଧାନ, ତ୍ରିଲୋଚନ ଭୋଇ,ବିବେକ ବାରିକ, ପ୍ରକାଶ ପ୍ରଧାନ, ଦୁର୍ଯ୍ୟୋଧନ ସହରା,ହେମାଂଶୁ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
( ରିପୋର୍ଟ- ଚନ୍ଦ୍ରମଣୀ ବେହେରା ଅମ୍ବାଭୋନା)
Recent Comments