ସୁବର୍ଣ୍ଣପୁର/୧୮/୧୨/୨୦୨୨/ (ଆଧାର ଓଡିଶା) ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ବ୍ଲକ କମସରା ପୋଲିସ ଫାଣ୍ଡି ଆମ ପୋଲିସ ସମିତି ଓ ମୋ ସରକାର ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ଏ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରି ଆଗକୁ କିଭଳି ନୂତନ ଯୁବ ପିଢୀ ନୂତନ ରକ୍ତଦାତା ରକ୍ତଦାନ କରିବେ ଏବଂ ଆମ ରାଜ୍ୟରେ ଯେମିତି ରକ୍ତର ଅଭାବରେ କୌଣସି ରୋଗୀ ମୃତ୍ୟୁ ମୁଖରେ ନ ପଡିବେ ସେଇ ମହତ ଉଦ୍ଦେଶ୍ୟନେଇ ସାରା ରାଜ୍ୟରେ ପୋଲିସ ପକ୍ଷରୁ ଏ ଅଭିଯାନ ଜାରି ରହିଛି ବୋଲି କହିଥିଲେ । ଥାନା ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଓ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨୫୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୨ଜଣ ମହିଳା ଓ ୭୧ଜଣ ନୂତନ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ଶିବିରରେ ଓଡିଶା ଡ୍ରାଇଭର ମହାସଂଘ ତରଭା ଶାଖା ମାହେଶ୍ୱରୀ ସଂଗଠନ ( ଚେଞ୍ଜ ଈଓର ମାଇଣ୍ଡ ) ଆସୋସିଏସନ୍, ଭୀମ ଆର୍ମି ,ପ୍ରଗତି କ୍ଲବ୍ ସରଗଜ ,ଏଫସି କ୍ଲବ୍ କମସରା ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ ଶିବିରରେ ଯୋଗଦାନ କରିଥିଲେ । ଜିଲ୍ଲା ପୋଲିସର ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି ,ଡି ଏସ ପି ସତ୍ୟଜିତ ମିଶ୍ର, ରକ୍ତଦାତା ଓ ବିଭିନ୍ନ ସଂଗଠନକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ ।ତରଭା ଆଇ ଆଇ ସି ଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ତରଭା ଥାନାର ଏସ ଆଇ ଯଯାତୀ ସାହୁ ,ଏ ଏସ ଆଇ ନିମେଇ ବାରିକ୍, ନିରୁପମା ସ୍ୱାଇଁ ,କମସରା ଫାଣ୍ଡିର ନିରଞ୍ଜନ ଭଞ୍ଜ, ଶକ୍ତି ଭେସେରା, ପ୍ରକାଶ ଧରୁଆ, ଉମେଶ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ରକ୍ତଦାତା ସଂଯୋଜକ ହବିଲାଦାର ମନୋଜ ପଣ୍ଡା ଓ ଆମ ପୋଲିସ ସଂଯୋଜକ ଶିଶିର ପଣ୍ଡା, ଜୟ ପ୍ରକାଶ, ନାରାୟଣ ସାହୁ ,ଅଶୋକ ସାହୁ ସଭା ସଂଯୋଜନା କରିଥିଲେ । ସୁବର୍ଣ୍ଣପୁର ରକ୍ତକେନ୍ଦ୍ର ୭୦ୟୁନିଟ, ବୁର୍ଲା ଭିମସାର ୧୦୪ ,ବରଗଡ ୪୦ ଓ ବଲାଙ୍ଗିର ୪୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ ରକ୍ତ କେନ୍ଦ୍ରର କର୍ମଚାରୀ ଡ.ସୂଦୀପ ସରକାର, କରୁଣା କର ସାହୁ, ଜଗତ ଦରୁଆନ, ଟିଟୁ ଭୋଇ, ମଣ୍ଟୁ ପ୍ରଧାନ ଭୁବନେଶ୍ଵର ସାହୁ ପ୍ରମୁଖ ରେଜିଷ୍ଟ୍ରେସନ ଓ ରକ୍ତ ସଂଗ୍ରହ କରିଥିଲେ l (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments