logo
add image
 ଓଡ଼ିଶାରାଜ୍ୟ ଆଶାକର୍ମୀ ସଂଘର ଜେଲଭର ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

 ଓଡ଼ିଶାରାଜ୍ୟ ଆଶାକର୍ମୀ ସଂଘର ଜେଲଭର ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ରାୟଗଡ଼ା/୧୪/୧୨/୨୨/ (ଆଧାର ଓଡିଶା) ଓଡିଶାରେ ଗର୍ଭବତୀ ମହିଳା, ନବଜାତ ଶିଶୁ ମାନଙ୍କର ଅଧିକା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନ୍‍.ଏଚ୍‍.ଏମ୍‍) ଅଂଶ ଭାବେ ଜନନୀ ସୁରକ୍ଷା ଯୋଜନା ୨୦୦୬ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଛି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ରାୟଗଡା ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଜୀବନକୁ ବାଜି ଲଗାଇ ରାତି ଦିନ କାମକରି ଗର୍ଭବତୀ ମା ଶିଶୁ ଓ ରୋଗୀମାନଙ୍କୁ ସହଯୋଗର ହାତବଢାଇ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାକୁ ସଫଳ କରିବାରେ ଆଶାକର୍ମୀ ମାନେ ମୂଖ୍ୟଭୂମିକା ନେଇ ଆସୁଛନ୍ତି । କିନ୍ତୁ ଆଶାକର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟଦାବୀ ପୂରଣ ହୋଇ ନଥିବାରୁ ସଂଘର ରାଜ୍ୟ ନିଷ୍ପତ୍ତିକ୍ରମେ ୨୯ ତାରିଖ ଦିନ ୧୦ ଦଫା ଦାବି କୁ ନେଇ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରଯାଇ ଥିଲା. କିନ୍ତୁ ସରକାର ଦାବୀପୂରଣ ଦିଗରେ ଅଣଦେଖା କରିବା ଯୋଗୁଁ ସମସ୍ତ ଆଶା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ରାଜ୍ୟର ସମସ୍ତ ବ୍ଳକ ରୁ ରାଜଧାନୀ ପର୍ଯ୍ୟନ୍ତ ଅନିର୍ଦ୍ଧୀଷ୍ଠ କାଳ ପର୍ଯ୍ୟନ୍ତ ଧାରଣା ବସିଛନ୍ତି. କିନ୍ତୁ ସରକାର ଆଶାକର୍ମୀ ମାନଙ୍କ କୈାଣସି ଦାବି ଶୁଣିନଥିବା ଯୋଗୁଁ ଆଜି ସାରାରାଜ୍ୟରେ ଜେଲଭର ଆନ୍ଦୋଳନ କରାଯାଇଥିଲା। ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ପୁଷ୍ପାଞ୍ଜଳି ବେହୁରା ଏବଂ ଗୀତାଞ୍ଜଳି ହୀଆଲଙ୍କ ନେତୃତ୍ୱରେ ଗାନ୍ଧୀପାର୍କ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେଲଭର ଆନ୍ଦୋଳନ କରାଯାଇଥିଲା.ଉକ୍ତ କାର୍ଯ୍ୟକ୍ରମରେ ଶ୍ରମିକନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ,ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀ ,ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ ,ଜିଲ୍ଲା ଉପସଭାପତି ଶ୍ରୀ ଦୂର୍ଗାମାଧବ ଘୋଷ ,ବ୍ଳକ ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ ,କାର୍ଯ୍ୟକାରିଣୀ ସଦସ୍ୟ କୋଠା ବାଡ଼ି ଓ ଅନ୍ୟାନ୍ୟ ନୀର୍ମାଣ ମଜଦୁର ସଂଘର ସଭାପତି ଅରୁଣ କୁମାର ଲେଙ୍କା ,ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ପୂର୍ବତନ ଜିଲ୍ଲା ସଂପାଦିକା ତଥା ଭାରତୀୟ ମଜଦୁର ସଂଘର ଜିଲ୍ଲା ସହ ସଂପାଦିକା ଶ୍ରୀମତୀ ନେହାସିଂ  ,  ପଦ୍ମାବତୀ ସେନାପତି ,ଶ୍ରୀମତୀ କମଳମଣୀ ମହାନ୍ତି ,ଜୟନ୍ତୀ ନାୟକ ,ଗାୟତ୍ରୀ ମାଝୀ ,ସୋପ୍ନା ପାଣି ,ସନ୍ତୋଷୀନି କଣ୍ଡାଗୀରି ,ପଦ୍ମା ଶବର ,ନୀର୍ମଳା ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଯୋଗେଶ୍ଵର ଦାସ
ପ୍ରକାଶ କରିବା ସହ ଚେତାବନୀ ଦେଇଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ସରକାର ମାଁ ଦାବିକୁ ସମାଧାନ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଯାରି ରହିବ ଏଥିରେ କୈାଣସି ପ୍ରକାର ସମସ୍ୟା ସୃଷ୍ଟିହୁଏ ତାହା ହେଲେ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଦାୟୀ ରହିବେ.

Recent Comments

Leave Comments

Top