କଲନରା/ରାୟଗଡା/୧୩/୧୨/୨୨/ (ଆଧାର ନ୍ୟୁଜ) କଲନରା ବ୍ଲକ ଅନ୍ତର୍ଗତ ମୁନିସିଙ୍ଗ ଗ୍ରାମରେ ସକ୍ଷମ ରାୟଗଡା ଆନୁକୂଲ୍ୟରେ ସେବା ଭାରତୀ ସହଯୋଗରେ ଏକ ଚକ୍ଷୁପରୀକ୍ଷଣ ଶିବିରର ଆୟୋଜନ ହେଇଛି.ଗ୍ରାମର ୭୦ଜଣଙ୍କ ଉଭୟ ପୁରୁଷ ମହିଳା ଏହି ଶିବିରରେ ନିଜର ଚକ୍ଷୁ ପରୀକ୍ଷଣ କରିଛନ୍ତି. ସେଥି ମଧ୍ୟରେ ଅନେକଙ୍କୁ ଚଷମାର ଆବଶ୍ୟକତା ଥିଲାବେଳେ, କିଛି ଜଣଙ୍କୁ ସାମାନ୍ୟ ମେଡ଼ିସିନ ଏବଂ ୧୦ ଜଣଙ୍କୁ ଅସ୍ତ୍ରୋପ୍ରଚାରର ଆବଶ୍ୟକତା ରହିଛି. ସକ୍ଷମ ରାୟଗଡା ଆବଶ୍ୟକତା ଅନୁଯାୟୀ ସମସ୍ତଙ୍କ ଯଥାଶୀଘ୍ର ସୁବିଧା କରାଇବ ଜାହା ପ୍ରାନ୍ତର ସଚିବ ଶ୍ରୀ ରାମଚନ୍ଦ୍ର ସାହୁ କହିଛନ୍ତି.ଶ୍ରୀ ଦୀପକ କୁମାର ରାଉତ (ସେବା ପ୍ରମୁଖ-ଓଡିଶା ପଶ୍ଚିମ ପ୍ରାନ୍ତ) ଙ୍କ ତତ୍ୱାବଧାନରେ ଶ୍ରୀ ବିଜୟ କୁମାର ମିଶ୍ର (କୋଷଦକ୍ଷ, ସକ୍ଷମ) କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ, ଶ୍ରୀ ଶ୍ୟାମ କୁମାର ଦାଶ (ପ୍ରାନ୍ତ ଯୁବା ପ୍ରମୁଖ/ଜ଼ିଲ୍ଲା ସମ୍ପାଦକ-ସକ୍ଷମ), ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା(ଜ଼ିଲ୍ଲା ସମ୍ପାଦକ-ସେବା ଭାରତୀ), ଶ୍ରୀ ଏମ ବିଦ୍ୟା ସାଗର (ପାଳକ, ସକ୍ଷମ ଜ଼ିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର) ଏବଂ ଶ୍ରୀମତୀ ଦୁଃଖୀ ହୁଇକା (ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ -ସେବା ଭାରତୀ), ସୁଶ୍ରୀ ପ୍ରଶାନ୍ତି ହୁଇକା, ଶ୍ରୀ ଚିନ୍ତାମଣି ବିଡ଼ିକା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରାଇଥିବାବେଳେ ଯାନୀ ଶ୍ରୀ ଅର୍ଜୁନ ହୁଇକା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ.ରାୟଗଡା ଜ଼ିଲ୍ଲା ରେ ସକ୍ଷମ ମାଧ୍ୟମ ରେ ଏପରି ଅନେକ ଶିବିର (ଭ୍ରାମ୍ୟମାଣ ଚକ୍ଷୁ ଯତ୍ନ କେନ୍ଦ୍ର) ଚାଲିଥିବା ବେଳେ ଆଗାମି ଦିନରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରିରହିବ ଶ୍ରୀ ଶ୍ୟାମ କୁମାର ଦାଶ ସୂଚନା ଦେଇଛନ୍ତି. (ରିପୋର୍ଟ-ସହଦେଵ ସାହୁ)
Recent Comments