ମୁନିଗୁଡା/୧୧/୧୨/୦୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦରମହକୁମା ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନିର୍ବାଣ ଟ୍ରଷ୍ଟ ଗୁଣୁପୁରୁ, ଶଙ୍କର ଚିକିତ୍ସାଳୟ ହିଞ୍ଜିଳିକାଟୁ ଓ ମୁନିଗୁଡା ବିକାଶ ପରିଷଦ ମିଳିତ ଅନୁକୁଲ୍ୟରେ ଆୟୋଜିତ ମାଗଣାରେ ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସ ଆନୁଷ୍ଠାନିକ ଭାଵେ ଉଦ୍ଘାଟନ କରିଥିଲେ।ଶ୍ରୀଦାସ ତାଙ୍କବକ୍ତଵ୍ୟରେ କହିଥିଲେ ଯେଉଁମାନଙ୍କ ଉଦ୍ୟମରେ ଆଜି ମୁନିଗୁଡାରେ ଏତେଵଡମହାନ କାର୍ଯ୍ୟ ହାତକୁ ନେଇ ସମାଜରେ ଅନ୍ଧାରରେ ଥିବା(ଦିଶୁନଥିଵା) ଵ୍ୟକ୍ତିମାନଙ୍କୁ ଦୁନିଆରେ ଆଲୋକ ଦେଖିବା ପ୍ରୟାସକୁ ଜାରି ରଖୁଥିବାରୁ ସେମାନଙ୍କୁ ଧନ୍ୟଵାଦ ଦେଉଛି ,ଏଵଂ ମୋଦ୍ଵାରା ଯାହାସମ୍ଭବ ମୁ ଯଥେଷ୍ଟ ସହଯୋଗ କରିବାକୁ ଚେଷ୍ଟାକରିଵି ଵୋଲି ପ୍ରତିଶୃତି ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଅଖିଳଭାରତ ସନ୍ଥଓଡିଶା ସଂଗଠନର ମନ୍ତ୍ରୀ ସ୍ୱାମୀ ନିର୍ବାଣନନ୍ଦ ଗିରି,ମୁନିଗୁଡା ବିକାଶ ପରିଷଦର ସଭାପତି ଶ୍ରୀ ଘନଶ୍ୟାମ ମାର୍ଥା ,ନିର୍ବାଣ ଟ୍ରଷ୍ଟ ଉପଦେଷ୍ଟ ପ୍ରମୋଦ ସାହୁକାର,ଶ୍ରୀ ନଳିନିକାନ୍ତ ରାଉତ ମୁନିଗୁଡା ସରପଞ୍ଚ ସୁଶ୍ରୀ ସରସ୍ଵତୀ ଶଵର, ମାନସ ରଞ୍ଜନ ବେହେରା ,ଚେୟାରମ୍ୟାନ ଦୁଖୀନି ନୁଣ୍ଡୁକା,ନାଏକ ସରପଞ୍ଚ ଉପସ୍ଥିତ ରହିଥିଲେ ।ଆଜି ୨୦୦ରୁ ଉର୍ଧ୍ଵ ଚକ୍ଷୁ ପରୀକ୍ଷା କରାଯାଇଥିଲା।ସେଥିମଧ୍ୟରୁ ଚକ୍ଷୁର ପ୍ରାରମ୍ଭିକ ଅବସ୍ଥା ସ୍ପଷ୍ଠ ଦୃଶ୍ୟତା ପାଇଁ ୧୦୦ ଟଙ୍କାନେଈ ଚଷମା ଦେଇ ବିଦା କରୁଥିଲେ। ଯେଉଁମାନଙ୍କର ଅପରେସନ ହେଵା ଜରୁରୀ ସେମାନଙ୍କୁ ମାଗଣାରେ ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ଵହନକରି ଶଙ୍କର ଚିକିତ୍ସାଳୟ ହିଞ୍ଜୁଳିକାଟୁକୁ ବସରେ ନିଆଯାଇଥିଲା।ହେଲେ ଯେଉଁ ମାନଙ୍କର ଅପରେସନ ଆବଶ୍ୟକ ହୋଇନି ପାୱାର ଅଧିକ ଅଛି ସେମାନଙ୍କ କାର୍ଡରେ ଶଙ୍କର ହସ୍ପିଟାଲ ହିଞ୍ଜିଳିକାଟୁ ଯାଇ ଆଖି ପରୀକ୍ଷା କରିଵାକୁ ନିର୍ଦେଶ ରହିଥିବା ନେଇ ଲିଟିଗୁଡାର ଶ୍ରୀଧର ମାଝି,ସିତାରାମପୁରୁର ସୁରେଖା ଵଣିଆ,ମିନତୀ ଵେହେରା,ଵରକୋଳି ଗୌଡ ସମେତ ଵହୁ ଲୋକ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ପ୍ରକାରେ ଯଦି ଏଠାରେ ଆଖି ପରୀକ୍ଷା କରାଗଲା ତେଵେ ଚଷମା ଆଣିବା ପାଇଁ ଆମେ ଏତେ ଟଙ୍କା ଖର୍ଚ୍ଚକରି ହିଞ୍ଜିଳିକାଟୁ ଯିବୁ କାହିଁକି ? ଵରଂ ଆମକୁ ଦେଇଥିବା କାର୍ଡରେ ଆମ ଆଖିପାଇଁ ଯେତିକି ପାୱାର ଚଷମା ଦରକାର ତାହା ଲେଖିଥିଲେ ଆମେ ସ୍ଥାନୀୟ ଵଜାରରୁ ତିଆରି କରିଵା ସମ୍ଭବହେଵା ସହ ଖର୍ଚ୍ଚାନ୍ତରୁ ରକ୍ଷା ପାଇପାରନ୍ତୁ।ଅନ୍ୟ ଏକ ଅତିଥି ଶ୍ରୀଜଗନ୍ନାଥ ନୁଣ୍ଡ୍ରୁକା ମାଗଣା ଚକ୍ଷୁ ଶିବିର ବିଷୟରେ କିଛି ମନ୍ତବ୍ୟ ରଖିଥିଲେ । ଏହାସହିତ ସ୍ଵାସ୍ଥ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦାସ ମନ୍ଦିର ପରିସରରେ ଚାରା ରୋପଣ କରିଥିଲେ।
(ମୁନିଗୁଡ଼ାରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ )
Recent Comments