logo
add image
 ଭୁକ୍ତା ସଂଜବନୀ କ୍ଲିନିକରେ ମାଗଣା ସ୍ୱାସ୍ଥ୍ୟ ଶିବିର

 ଭୁକ୍ତା ସଂଜବନୀ କ୍ଲିନିକରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଅମ୍ବାଭୋନା /ବରଗଡ/୧୨/୧୨/୨୦୨୨/ (ଆଧାର ନ୍ୟୁଜ)  ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ସଂଜବନୀ ପୋଲି କ୍ଲିନିକ ଠାରେ ଛତିଶଗଡର ରାୟଗଡ ଏପେକ୍ସ ସୁପର ସ୍ପେସାଲିଷ୍ଟ ହାସପିଟାଲ ଟେଷ୍ଟଟ୍ଯୁବ ବେବି ସେଣ୍ଟର ଆନୁକୂଲ୍ଯ ରେ ଏକଦିବସୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ନ୍ଯୁରୋ ସର୍ଜରୀ ଡାକ୍ତର ଅନିଲ  କୁମାର ନାୟକ, ଜେନେରାଲ ସର୍ଜରୀ ଡାକ୍ତର ପରେଶ୍ଵର ରାଠିଆ ପ୍ରମୁଖ ଯୋଗଦେଇ ମାଇଗ୍ରେନ, ବ୍ରେନ ଟ୍ଯୁମର, ଟ୍ରୋମା, ଆଣ୍ଟୁ-ଗଣ୍ଠି, ପାରାଲାଇସିସ, ହାତଗୋଡ ବ୍ୟଥା ,ହାର୍ଣ୍ଣୀୟା, ହାଇଡ୍ରୋସିଲ,ମଲକଣ୍ଟକ,ପାଇଲସ, ଏପେଣ୍ତିକ୍ସ ପଥରି, ପେଟରୋଗ, ଆଦି ରୋଗୀକୁ ମାଗଣା ଚିକିତ୍ସା ଓ ପରାମର୍ଶ ଦେଇଥିଲେ। ଏଥିରେ ଭୁକ୍ତା ସଂଜବନୀ ପୋଲି କ୍ଲିନିକର ମାଲିକ ଫକୀର ପ୍ରଧାନଙ୍କ ନେତୃତ୍ୱରେ ସୁରେଶ ସୋନୀ, ଉତ୍ତରା ରାତ୍ରେ,ଗୋପାଳ ପ୍ରଧାନ, ପ୍ରେମଶିଲା ସିଦାର, ଶିଲା ସିଦାର ପ୍ରମୁଖ ପରିଚାଳନ ରେ ସହଯୋଗ କରିଥିଲେ।
                   (ରିପୋର୍ଟ ଚନ୍ଦ୍ରମଣୀ ବେହେରା-ମୋବାଇଲ 9777152358 ) 

Recent Comments

Leave Comments

Top