logo
add image
ବିରଳ ଅସ୍ତ୍ରୋପଚାର କଲେ ସୁବର୍ଣ୍ଣପୁରର ଡ଼ାକ୍ତର ଟିମ

ବିରଳ ଅସ୍ତ୍ରୋପଚାର କଲେ ସୁବର୍ଣ୍ଣପୁରର ଡ଼ାକ୍ତର ଟିମ

ସୁବର୍ଣ୍ଣପୁର/୨୮/୦୨/୨୦୨୨-(ନ୍ୟୁଜ- ଆଧାର ଓଡିଶା)ଆଜି ଅପରାହ୍ନରେ କପିଳେଶ୍ୱର ଚାରିଟେବୁଲ ହସପିଟାଲରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରକାଶ ଚନ୍ଦ୍ର ଦଣ୍ଡସେନାଙ୍କ ତତ୍ତ୍ୱlବଧାନରେ ଏକ ବିରଳ ସ୍ନାୟୁ ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଛି l ରୋଗୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପଦାର ଗ୍ରାମର ଶ୍ରୀ ବ୍ରଜ ମୋହନ କର୍ମୀ ( 51 ବର୍ଷ ) l ଏହି ରୋଗୀକୁ ବୁର୍ଲା ମେଡିକାଲ କଲେଜରୁ ଏମ୍ସ କିମ୍ବା କଟକ ବଡମେଡିକାଲର ନ୍ୟୁରୋ ସର୍ଜରୀ ବିଭାଗକୁ ରେଫର କରାଯାଇଥିଲା l କିନ୍ତୁ ଯୁବ ଇଏନଟି ବିଶେଷଜ୍ଞ ଡାକ୍ତର ରଶ୍ମି ରଂଜନ ହୋତା ଏବଂ ସର୍ଜନ ଡାକ୍ତର ଜସ୍ମିନ କୁମାର ପାଣିଗ୍ରାହୀ ଲୋକାଲ ଆନାସ୍ଥେସିଆ ପ୍ରୟୋଗ କରି ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଛନ୍ତି l ଏହି ବିରଳ ଅସ୍ତ୍ରୋପଚାର ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳାରେ ହୋଇପାରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି l(ରିପୋର୍ଟ-ଯୁଧିଷ୍ଠିର ସାହୁ)

Recent Comments

Leave Comments

Top