logo
add image
ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଏକଦିବସୀୟ ମାଗଣା ସ୍ୱାସ୍ଥ୍ୟଶିବିର 

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଏକଦିବସୀୟ ମାଗଣା ସ୍ୱାସ୍ଥ୍ୟଶିବିର 

ଅମ୍ବାଭୋନା /ବରଗଡ/୦୩/୧୨/୨୦୨୨/ (ଆଧାର ନ୍ୟୁଜ)  ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଗୋଷ୍ଟି ଶିକ୍ଷା ସାଧନା କେନ୍ଦ୍ରଠାରେ ଭୁକ୍ତା ଗୋଷ୍ଟି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୮୦ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଚିକିତ୍ସା କରାଯାଇ ମାଗଣା ଔଷଧ ଓ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ୨୧ ପ୍ରକାର ଭିନ୍ନକ୍ଷମତା ଉପରେ ଚିହ୍ନ କରାଯାଇ ସଚେତନତା କରାଯାଇଥିଲା ।ଏହି ଶିବିରରେ ଭୁକ୍ତା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଅଧିକାରୀ ଡାକ୍ତର ଟେମରାମ ଦେହେରୀଙ୍କ ନେତୃତ୍ୱରେ ଡାକ୍ତର ଦୁର୍ଗାପ୍ରସାଦ ଦାସ, ଡାକ୍ତର ଆଞ୍ଚଳ ପଧାନ,ଫାର୍ମାସିଷ୍ଟ ଭୁପେନ ପଧାନ, ଦିନଦୟାଲ ପଟେଲ ,ଏଲଟି ରାଜକିଶୋର ନାଗ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରିଥିଲେ। ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ବିଆରଟି ରମେଶ ଚନ୍ଦ୍ର ମେହେର, ବିଆରଟି ପ୍ରିୟରଞ୍ଜନ ଦୋରା, ଆଇଇଭି। ହୃଶିକେଶ ପ୍ରଧାନ,ସ୍ୱାଧୀନ  ମେହେର, ପରକ୍ଷିତ କୌଡି ଏବଂ ବିଇଓ ଅଫିସର କର୍ମଚାରୀ କିଶୋର ଚନ୍ଦ୍ର ପ୍ରଧାନ, ଭାଗବତ ବେହେରା, ଈଶ୍ୱର  ସାହୁ, ପ୍ରଦୀପ ଡନସନା, ମହାବୀର ଦେହେରୀ, ରୋହୋଣୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।  ( ରିପୋର୍ଟ-ଚନ୍ଦ୍ରମଣି ବେହେରା ) 
                                       

Recent Comments

Leave Comments

Top