logo
add image
ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା ଦ୍ୱାରା ବିଶ୍ୱ ଏଡସ୍ ଦିବସ  ପାଳିତ

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା ଦ୍ୱାରା ବିଶ୍ୱ ଏଡସ୍ ଦିବସ  ପାଳିତ

ରାୟଗଡା/୦୧-୧୨-୨୦୨୨/ (ଆଧାର ନ୍ୟୁଜ) ସମୟ ଘ.୧୧.୩୦ମି ରେ ରାୟଗଡା ଜିସିଡି ଜିଲ୍ଳା ହାଇସ୍କୁଲ ପରିସରରେ “ବିଶ୍ୱ  ଏଡସ୍ ଦିବସ ଓ ସମ୍ବିଧାନ ସପ୍ତାହ ” ପାଳିତ ହୋଇଯାଇଛି.ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ,ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ ଓ ଜିସିଡି ଜିଲ୍ଳା ହାଇସ୍କୁଲର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ଏଡସ୍ ରୋଗ ପ୍ରଥମେ କେଉଁଠାରେ ଦେଖା ଯାଇଥିଲା, କେବେ ସର୍ବପ୍ରଥମେ ଭାରତରେ ଏଡସ୍ କୁଚିହ୍ନଟକରାଗଲା ଓ ଏହା କିପରି ଦ୍ରୁତଭାବରେ ବ୍ୟାପିଲା ସେ ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ରୋଗ ବ୍ୟାପିବାର ବିଭିନ୍ନ କାରଣ,ଲକ୍ଷଣ ଓ ନିରାକରଣର ବିଭିନ୍ନ ଦିଗ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ I ଜାଣିଲେ ଜିଣିବା” ଅର୍ଥାତ୍ ଏଡସ୍ ରୋଗୀକୁ ଘୃଣାନକରି ଏହି ରୋଗକୁ ଘୃଣାକରିବା ସହିତ ରୋଗ ବ୍ୟାପିବାର କାରଣ ମାନଙ୍କ ସଂପର୍କରେ ଅବଗତ କରିଥିଲେ I ପରିଶେଷରେ ସମ୍ବିଧାନ ସପ୍ତାହ ଉଦେଶ୍ୟରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ଆଇନ୍ ର ମହତ୍ୱ ଓ  ଆଇନର ଉତ୍ପତ୍ତି, କାର୍ଯ୍ୟଧାରା, ସମ୍ବିଧାନର ଆବଶ୍ୟକତା ଭଳି ବହୁ ଗୁରୁତ୍ୱପୂର୍ଣ୍ନ ଦିଗଉପରେ ଆଲୋକପାତ କରିଥିଲେ I ସର୍ବଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ମାଗଣା ଆଇନ୍ ସହାୟତା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ପିଲା ମାନଙ୍କ ମଧ୍ୟରେ ରଚନା, ଚିତ୍ରାଙ୍କନ, ବକୃତା ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା I ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିସିଡି ଜିଲ୍ଳା ହାଇସ୍କୁଲ ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି. (ରିପୋର୍ଟ-ସହଦେଵ ସାହୁ)

Recent Comments

Leave Comments

Top