logo
add image
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସଦିବସ ପାଳିତ

ସୁବର୍ଣ୍ଣପୁର/ ୦୧ /୧୨ /୨୨/-(ଆଧାର ନ୍ୟୁଜ) ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସଦିବସ ପାଳିତ ହୋଇଯାଇଛି l ଜିଲ୍ଳା ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଳା ଆଇନ ସେବା ପ୍ରାଧିକରଣ ତରଫରୁ ମିଳିତ ଭାବରେ ଜିଲ୍ଳା ସଂସ୍କୃତି ଭବନଠାରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବିଶ୍ୱରଂଜନ ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ କୁମୁଦିନୀ ମୁଦୁଲି,ସମ୍ପାଦକ,ଜିଲ୍ଳା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଏବଂ ସମ୍ମାନିତ ଅତିଥିଭାବେ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଏ ଡି ଏମ ଓ -ପରିବାର କଲ୍ୟାଣ, ଡ଼ଃ ମନୋଜ ଅଦାବର, ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଏ ଡି ପି ଏଚ ଓ (ରୋଗ ନିୟନ୍ତ୍ରଣ ), ବିଶ୍ୱମ୍ବର ବେହେରା, ଜିଲ୍ଳା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ମଂଚାସୀନ ଥିଲେ l "ରୋଗୀକୁ ନୁହେଁ ରୋଗକୁ ଘୃଣା କରିବା" ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ ପୂର୍ବକ ସଂକଳ୍ପନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି  l ଆମେ ସମସ୍ତେ ନୈତିକତାର ସହ ସମଭାବପନ୍ନ ଚିନ୍ତା ପୋଷଣ ପୂର୍ବକ କାର୍ଯ୍ୟକଲେ ଏହି ରୋଗକୁ ସମାଜରୁ ହ୍ରାସ କରିବାସହ ଜଣେ ରୋଗୀ ସମାଜରେ ନିଃ ସଙ୍କୋଚରେ ବଂଚିବାକୁ ଆଗ୍ରହ ପ୍ରକାଶ କରିପାରିବ l ସଭା ପ୍ରାରମ୍ଭରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲାମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱରଂଜନ ପତି ଉପସ୍ଥିତ ସମସ୍ତଙ୍କୁ ଏଡ଼ସ ବିରୁଦ୍ଧରେ ସାମୁହିକ ସଂଗ୍ରାମ କରିବାକୁ ଶପଥପାଠ କରାଇଥିଲେ l ଏଡ଼ସ ଦିବସ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସୋନପୁର ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ,ସରକାରୀ ନର୍ସିଙ୍ଗ ସ୍କୁଲ, ବିଜୁପଟ୍ଟନାୟକ ନର୍ସିଙ୍ଗ ସ୍କୁଲ, ସୋନପୁର ନର୍ସିଙ୍ଗ ସ୍କୁଲ, ସୋନପୁର କଲେଜ ଅଫ ନର୍ସିଙ୍ଗଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କ୍ଷୀରୋଦ ବିହାରୀ ପଣ୍ଡା, ସି ସି ଟୀ ସଭା ସଂଯୋଜନା କରିଥିବା ବେଳେ ଗୀତାଞ୍ଜଳି ମେହେର, ସହ ପରିଚାଳିକା, ଅଣସଂକ୍ରମକ ରୋଗ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ଶେଷରେ ଅଂଶଗ୍ରହଣ କରିଥିବା ମହାବିଦ୍ୟାଳୟ ଓ ନର୍ସିଙ୍ଗ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା  ସଚେତନତା ମୂଳକ ବିଭିନ୍ନ ମନଛୁଆଁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା l ଦିବସ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏଡ଼ସ ସଚେତନତା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରା କୁ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପତି ଓ ସମ୍ପାଦକ ଜିଲ୍ଲା ଆଇନସେବା ପ୍ରାଧିକରଣ ଶ୍ରୀମତୀ ମୁଦୁଲି ସବୁଜ ପତାକା ପ୍ରଦର୍ଶନକରି ଶୁଭାରମ୍ଭ କରିଥିଲେ l ଜିଲ୍ଲା ସମନ୍ୱିତ ପରାମର୍ଶ ଦାତା ତଥା ଜିଲ୍ଳା ପରିଦର୍ଶକ ଶ୍ରୀ ସୁଦାମ ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ପ୍ରଦ୍ୟୁମ୍ନ ସାହୁ, ପ୍ରମୋଦ କୁମାର ସାହୁ ତଥା ଡି ଏଲଏସଏର କର୍ମକର୍ତ୍ତା ଓ ସ୍ୱାସ୍ଥ୍ୟବିଭାଗ ର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ l  

Recent Comments

Leave Comments

Top