ବାଲିଗୁଡା/୦୧ /୧୨/୨୦୨୨/(ଆଧାର ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ଵ ଏଡ଼ସଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ସିସିଆଇର ସୁପରିଟେଣ୍ଡେଣ୍ଟ ଅଦ୍ଵେଶା ମହାପାତ୍ର,ସମ୍ମାନିତ ଅତିଥି ଭାବେ କାଉନସେଲର ଗୀତାଞ୍ଜଳି ପଣ୍ଡା ଯୋଗଦେଇ ନିଜ ବକ୍ତବ୍ୟରେ ମହାମାରୀ ଏଡ୍ସର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ। ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଓ ରେଡ୍ ରିବନ କ୍ଲବର ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ।କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଦିବସର ତାତ୍ପର୍ଯ୍ୟ କହି ଧନ୍ୟବାଦ ଅର୍ପଣ କରିଥିଲେ।ତାଲୁକ ଆଇନ ସେବା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଡିବେଟ, କୁଇଜ, ପ୍ରବନ୍ଧ, ଲିଖନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ
Recent Comments