ନବରଙ୍ଗପୁର/ (ଆଧାର ନ୍ୟୁଜ ) ନବରଙ୍ଗପୁର ଜିଲ୍ଲାର ତିର୍ଲୀ ଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନକୁମାର ବେହେରା ଏହାକୁ ଉଦଘାଟନ କରିଥିଲେ।ନିଜର ସଭାପତିତ୍ୱ ଭାଷଣରେ ଡ ବେହେରା ଯୁବ ସମାଜ କିପରି ନିଜକୁ ତଥା ନିଜ ପରିବାର ସାଙ୍ଗସାଥୀଙ୍କୁ ଏହାର ଭୟାବହତା ସମ୍ପର୍କରେ ସଚେତନ କରେଇ, ଏହାର ଫାସ ରୁ ଦୂରେଇ ରହିବେ ସେ ବିଷୟ ରେ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସାନମସିଗାଁ ଡାକ୍ତରଖାନାର ମେଡିକାଲ୍ ଅଫିସର୍ ଡାକ୍ତର ପଙ୍କଜ ପଟ୍ଟନାୟକ ଯୋଗ ଦେଇ ଏହି ରୋଗର ଇତିହାସ, ଲକ୍ଷଣ ଓ କିପରି ରୋକା ଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।ସମ୍ମାନିତ ବକ୍ତା ଭାବେ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଯୋଗଦେଇ ଏ ବର୍ଷ ଦିଆଯାଇଥିବା ଏଡ୍ସ ରୋଗର ବିଷୟବସ୍ତୁ ଉପରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ବକ୍ତାଭାବେ ମହାବିଦ୍ୟାଳୟର ଜାତୀୟସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ନିଜବକ୍ତବ୍ୟରେ ସ୍ୱେଚ୍ଛାସେବୀ ମାନେ ପାଠପଢା ସଙ୍ଗେ ସଙ୍ଗେ ସମାଜରେ ଥିବା ନିଜର ଗୁରୁ ଦାୟିତ୍ଵକୁ ମନେପକାଇ ଥିଲେ। ଗାଁରେ ଯେପରି ଜଣେ ହେଲେ ଏଡ୍ସ ଆକ୍ରାନ୍ତ ରୋଗୀ ଲୋକଙ୍କ ଟାହିଟାପରାର ଶୀକାର ନହୁଅନ୍ତୁ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଥିଲେ। ସହକାରୀ ପ୍ରଫେସର ଡ ଅରବିନ୍ଦ କୁମାର ଓଝା, ଛାତ୍ରଛାତ୍ରୀମାନେ ଯେପରି କୁସଂଗର ଶୀକାର ନହୁଅନ୍ତୁ ତଥା ସତର୍କତା ସହ ଜୀବନ ଅତିବାହିତ କରନ୍ତୁ ସେବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଶ୍ରବଣ କୁମାର ପୁଝାରୀଙ୍କ ଧନ୍ୟବାଦ୍ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, କର୍ମଚାରୀ ,ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Recent Comments