logo
add image
ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ଡ଼ା ବେଣୁଧର ପାଣ୍ଡେ ୨୫ ଜଣ ମହିଳାଙ୍କୁ ମାଗଣା ସେବା ଯୋଗାଇଲେ ରୋଗି ମଧ୍ୟରେ ଖୁସିର ଲହରି

ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ଡ଼ା ବେଣୁଧର ପାଣ୍ଡେ ୨୫ ଜଣ ମହିଳାଙ୍କୁ ମାଗଣା ସେବା ଯୋଗାଇଲେ ରୋଗି ମଧ୍ୟରେ ଖୁସିର ଲହରି

ବିନିକା/୨୬/୧୧/୨୦୨୨/ (ଆଧାର ନ୍ୟୁଜ)  ଆଜି ଦିନ ୧୧ ଘଣ୍ଟା ସମୟରେ ବିନିକା ସହର ବିନିକା ବାସଷ୍ଟାଣ୍ଡ  ସମ୍ମୁଖ ଲକ୍ଷ୍ମୀ ମେଡ଼ିକାଲ୍ସ ପରିସରରେ ଅଭିଜିତ ପୂଜାହାରୀ ରାଜ୍ୟ ସ୍ତରିୟ ସୃତିକମିଟି ସଭାପତି ପ୍ରୀୟରଞ୍ଜନ ହୋତାଙ୍କ ତତ୍ୱାବଧାନରେ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ୨୫ ଜଣମହିଳା ଚିକିତ୍ସିତ ହେବାସହ ୩୫ ଜଣଙ୍କ ରକ୍ତ ହିନତା (ହିମୋଗ୍ଳୋଵିନ ) ପରିକ୍ଷା କରା ଯାଇଥିଲା । ମାଗଣାରେ ସେବା ପାଇଥିବାରୁ ରୋଗିମାନେ ଖୁସି ଅନୁଭବ କରିଥିଲେ । ଯୁବଅଭିନେତା ,କଳାକ‌ାର ,ସଂଙ୍ଗୀତଜ୍ଞ ,ବାଦ୍ୟକାର ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ  ସ୍ଵର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚୀତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଆତ୍ମାର ସଦ୍ଗତି ପାଇଁ ଉପସ୍ଥିତ ଥିବା ରୋଗିମିନେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ. ଅଭିଜିତ ପୂଜାହାରୀ ରାଜ୍ୟ ସୃତିକମିଟି ବିନିକା ଅନୁରୋଧ ରକ୍ଷାକରି ବିନିକା ମାଟିର ସୁଯୋଗ୍ୟ ସନ୍ତାନ ପ୍ରସିଦ୍ଧ ଭିମସର ବୁଲ୍ଲା ସ୍ତ୍ରୀ ଓ ପ୍ରଶୃତି  ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ  ବିନା ମୂଲ୍ୟରେ ମହିଳା ମାନଙ୍କୁ ସେବା ଯୋଗାଇ ଦେଇଛନ୍ତି.ଏହାସହ ପ୍ରତ୍ୟକ ମାସ ଚତୁର୍ଥ  ଶନିବାର ଦିନ ୧୧ ଘଣ୍ଟା ସମୟରୁ ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ପ୍ରଫେସର ଡ଼ା ପାଣ୍ଡେ  ଉପସ୍ତିତ ରହି ମହିଳା ମାନଙ୍କୁ ସେବା ଯୋଗାଇବାକୁ ପ୍ରତିସୃତି ଦେଇଛନ୍ତି. ଵିନିକାଠାରୁ ଚିକିତ୍ସାସାରି ନିଜ ଜନ୍ମମାଟି ବିନିକା ବ୍ଳକ  ମହାଦେବପାଲି ପଞ୍ଚାୟତ ସଂସାମୁରା ଗ୍ରାମରେ ପହଞ୍ଚି ମାଗଣା ସେବା ଯୋଗାଇ ଦେଇ ଥିଲେ. ଆଗକୁ ଏହିପରି ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଆସି ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ବଦ୍ଧ ଵୋଲି ପ୍ରଫେସର ଡ଼ା ପାଣ୍ଡେ ପ୍ରକାଶ କରିଥିଲେ । ବିନିକା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବହୁତ ନରାଶ୍ୟ ଜନକ ଥିବାରୁ ମାଗଣା‌ରେ ସ୍ୱାସ୍ଥ୍ୟସେବା ରୋଗି ପାଉ ବାଥିବାରୁ ଉକ୍ତ ଅଞ୍ଚଳରେ ଖୁସିର ହେବା ସହତ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା‌ କରିଥିଲେ.   ସେହିପରି ସୁଦୁର ବରଗଡ଼ ଏମକ୍ୟୁର ଫାର୍ମା ମେଡିସିନ କମ୍ପାନୀର ବାନମ୍ୱର ମହାନ୍ତି ଉପସ୍ଥିତ ରହି ରୋଗି ମାନଙ୍କର ମାଗଣାରେ ହିମୋଗ୍ଳୋମିନ ପରିକ୍ଷା କରିଥିଲେ।  (ରିପୋର୍ଟ-ଅକ୍ଷୟ କୁମାର ପୂଜିହାରୀ)      
                     

Recent Comments

Leave Comments

Top