ରାୟଗଡା/୨୩/୧୧/୨୦୨୨/ (ଆଧାର ନ୍ୟୁଜ) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଜି ରାଜ୍ୟରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) ଆରମ୍ଭ ହୋଇଯାଇଛି । ଧାର୍ଯ୍ୟ କରାଯାଇଥିବା ଗୋଷ୍ଠୀ ମଧ୍ୟରେ ରକ୍ତହୀନତାର ତ୍ୱରିତ ହ୍ରାସପାଇଁ ଏହା ଏକ ବହୁମୁଖୀ ଯୋଜନା । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାରେ ଆଜି ଇନ୍ଦିରାନଗର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅମ୍ଳାନ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଓ ଛାତ୍ରୀ ମାନଙ୍କର ହିମୋଗ୍ଲୋବିନ ଟେଷ୍ଟ କରାଯାଇଥିଲା ଏବଂ ଅମ୍ଳାନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଜିଲ୍ଲାର ପ୍ରାୟ ୩୧ ଟି ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀ ମାନଙ୍କର ହିମୋଗ୍ଲୋବିନ ଟେଷ୍ଟ କରାଯାଇଥିଲା
କାର୍ଯ୍ୟକ୍ରମର ଆରମ୍ଭ କରିବା ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ କହିଥିଲେ ଯେ ଏହି ଯୋଜନା ଦ୍ୱାରା ଜିଲ୍ଲାର ପ୍ରାୟ ୩,୨୦,୦୦୦ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ପ୍ରଜନନକ୍ଷମ ମହିଳା, ଯୁବକ ଓ ଯୁବତୀ ଏବଂ ଶିଶୁ ଉପକୃତ ହେବେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଅମ୍ଳାନ କାର୍ଯ୍ୟକ୍ରମ ୨୪୦୦ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ଜିଲ୍ଲାର ୨୧୦୦ ଅଙ୍ଗନବାଡି କେନ୍ଦ୍ରରେ କରାଯିବ । ଅମ୍ଳାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯଜ୍ଞାସେନି ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଶ୍ରୀ ରାୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ବିଭାଗ ଦ୍ୱାରା ପରିଚାଳିତ ହେବ ।
(ରିପୋର୍ଟ-ସହଦେଵ ସାହୁ)
Recent Comments