logo
add image
 ଆବର୍ଜନା ମୁକ୍ତହେବ କୋଷଗୁମୁଡା ବ୍ଲକ 

 ଆବର୍ଜନା ମୁକ୍ତହେବ କୋଷଗୁମୁଡା ବ୍ଲକ 

ନବରଙ୍ଗପୁର/୨୩/୧୧/୨୦୨୨/ (ଆଧାର ନ୍ୟୁଜ ) ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକକୁ ଆବର୍ଜନା ମୁକ୍ତ ବ୍ଲକ ଗଢିବାକୁ ବ୍ଲକ ପ୍ରଶାସନ ଅଣ୍ଟା ଭିଡିଛି.ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସଚେତନତା ଗାଡି ଓ ଏହାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି.ବ୍ଲକ ପରିସରରେ ଏକ ଟ୍ରାକ୍ଟର ଆବର୍ଜନା ଉଠାଇବାକୁ ନିଯୁକ୍ତ କରାଯାଇଛି .ଏହାର ଶୁଭାରମ୍ଭ ତଥା ମୁଖ୍ୟ ଅତିଥି ଭାବେ ଶ୍ରୀ ଟାଲ୍ଲୀ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ .ଆବର୍ଜନା ଗୁଡିକୁ ପୃଥକ କରିବାକୁ ୨ ଲକ୍ଷ ଟଙ୍କା ବ୍ୟୟରେ ଏକ ଆବର୍ଜନା ପୃଥକୀ କରଣ କେନ୍ଦ୍ର ନିର୍ମାଣ କରାଯାଇ ସେଠାରେ ପ୍ଲାଷ୍ଟିକ,ଲୁହା,କାଚ,ଶୁଖିଲା ଆବର୍ଜନା ଓ ପଲିଥିନ ଗୁଡିକ ପୃଥକ କରାଯାଇ ସେ ଗୁଡିକୁ ଜୈବିକ ଖତ  ପ୍ରସ୍ତୁତ କରାଯାଇ ଖତ ଭାବେ ବ୍ୟବହୃତ ହେବ ବୋଲି ଅତିଥି ମାନେ କହିଥିଲେ. ଏଥିରେ ଏସ.ଏସ. ଜିର ମହିଳା ମାନେ ପରିଚାଳନା କରିବେ ବୋଲି କହିଥିଲେ.ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପ୍ରଥମ ଥରପାଇଁ ପୌରପାଳିକା ପରେ ପ୍ରଥମକରି କୋଷଗୁମଡା ବ୍ଲକରେ ଅନୁଷ୍ଠିତ ହୋଇଥିବାରୁ ବ୍ଲକରେ ଖୁସିର ଲହରୀ ଖେଳିଯାଇଛି .ଏହିକାର୍ଯ୍ୟକ୍ରମରେ ବ୍ଲକ ଅଧିକାରୀଙ୍କ ସହ ଅତିରିକ୍ତ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ, ବ୍ଲକ ଅତିରିକ୍ତ ଚେୟାରମ୍ୟାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ. (ରିପୋର୍ଟ-ଶେଫାଳି ପାଟନାଏକ)

Recent Comments

Leave Comments

Top