logo
add image
 ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମତ୍ସୋବରେ ରକ୍ତଦାନ ଶିବିର 

 ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମତ୍ସୋବରେ ରକ୍ତଦାନ ଶିବିର 

ବୌଦ୍ଧ/୨୧/୧୧/୨୦୨୨/ (ଆଧାର ନ୍ୟୁଜ) ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମତ୍ସୋବ ଉପଲକ୍ଷେ ଆଜି ସ୍ଥାନୀୟ ସତ୍ୟସାଇ ସେବାସମିତି ବୋୖଦ୍ଧଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର"ପ୍ରେମ ସଞ୍ଜିବନୀ" ଆୟୋଜିତ ହୋଇଯାଇଛି। ଏହି ଶିବିରରେ ୩୪ ୟୁନିଟ ରକ୍ତ ସଂଗୃହିତ ହୋଇଛି। ସତ୍ୟସାଇ ସେବା ସଂଗଠନ ବୋୖଦ୍ଧର ଜିଲ୍ଲା ସଭାପତି ଡା ପ୍ରିୟବ୍ରତ ବେହେରାଙ୍କ ପୋୖରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ଓ ସମ୍ମାନୀତ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିକେ ଆରସି ଦେଓ ହେମ୍ରମ ଯୁବ ରେଡକ୍ରସର ସଂପାଦକ ଡ ପ୍ରବୀର କୁମାର ଦାସ,ବୌଦ୍ଧ ରାମଲୀଳା ନାଟ୍ୟ ସଂସଦର କାର୍ଯ୍ୟକାରୀ ସଭାପତି  ଜୟନାରାୟଣ ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶିବିର ଶୁଭାରମ୍ଭ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଡା ହେମ୍ରମ୍ ଙ୍କ ନେତୃତ୍ୱରେ ଟେକ୍ନିସିଆନ ଦିଲ୍ଲିପ୍ କୁମାର ଭୋଇ କାଉନସେଲର୍ ରୁତୁବର୍ଣା ମହାନ୍ତି ପ୍ରମୁଖ ରକ୍ତସଂଗ୍ରହ କରିଥିଲେ ଓ ସତ୍ୟସାଇ ସେଵା ସଙ୍ଗଠନର ସମସ୍ତ କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ.  (ରିପୋର୍ଟ-ଧବଳେଶ୍ଵର ମହାପାତ୍ର).

Recent Comments

Leave Comments

Top