logo
add image
 ଭୁକ୍ତା ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

 ଭୁକ୍ତା ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ଅମ୍ବାଭୋନା/ବରଗଡ/୨୧/୧୧/୨୦୨୨/ (ଆଧାର ନ୍ୟୁଜ) ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜର ୟୁଥ ରେଡକ୍ରସ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୧ ଜଣ ରକ୍ତଦାତାଙ୍କ ରକ୍ତଦାନ କରିଥିଲେ । କଲେଜର ଅଧ୍ୟକ୍ଷା କଳ୍ପନା ମିଶ୍ର ରକ୍ତଦାନ ଶିବିରଙ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ କଲେଜର ୟୁଥ ରେଡକ୍ରସର ସଂଯୋଜକ ଡଃ ବିକାଶ ଚନ୍ଦ୍ର ପ୍ରଧାନ , ଅଧ୍ୟାପକ ଶରତ ଚନ୍ଦ୍ର ଦେହେରୀ, ଅନୀଲ ଦେବତା, ଆଶୁତୋଷ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, ଡଃ ଦୟାନିଧି ସା, ରାଜେଶ ପଟେଲ, ସୁବୋଧ ରଥ, ସୁବୋଧ ଭୋଇ, ଲୀନା ଦାସ, ଚଣ୍ତିରାମ ନାୟକ, ପ୍ରମୁଖ ଯୋଗଦେଇଥିବା ବେଳେ ବରଗଡ ରକ୍ତଭଣ୍ଡାର କର୍ମଚାରୀ ଅମରଜୀତ ମହାନ୍ତି, ରେବତୀକାନ୍ତ ସାହୁ, ନିତା ନାୟକ, କୃଷ୍ଣଚନ୍ଦ୍ର ସାହୁ, ଇପସିତା ମହାନ୍ତି, ରାକେଶ ରଣା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କଲେଜର ୟୁଥ ରେଡକ୍ରସର ସ୍ୱେଚ୍ଛ ସେବିକା ଛାତ୍ରୀ ଚନ୍ଦ୍ରକାନ୍ତି ଡିଲା, ପ୍ରତିଭା ସାହୁ,ଅଙ୍କିତା ପଧାନ,ପୁଷ୍ପାଞଳି ପଧାନ ସମେତ କଲେଜର କର୍ମଚାରୀ ମୋହନ ସିଦାର,ସୁଶାନ୍ତ ପାତିକାର, ମହାବୀର ପଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
                             ( ରିପୋର୍ଟ-ଚନ୍ଦ୍ରମଣି ସାହୁ-ଆମ୍ବାବୋନା)

Recent Comments

Leave Comments

Top