ସୁବର୍ଣପୁର/୨୦/୧୧/୨୦୨୨/ (ଆଧାର ନ୍ୟୁଜ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ପଦ୍ମିନୀଦେବୀ କଲେଜ ପରିସରରେ ଜିଲ୍ଲା ସ୍ଵାସ୍ଥ୍ୟ ମିସନ ତରଫରୁ ବିଭିନ୍ନ ବ୍ଲକ୍ ରେ ନିଯୁକ୍ତ ଯୋଗ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା କାର୍ଯକ୍ରମ ପରିଚାଳକ ଅଧିକାରୀ ବିଶ୍ୱମ୍ବର ବେହେରା , ଜିଲ୍ଲା ମା ଓ ଶିଶୁ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ନାୟକଙ୍କ ,ସହ ପରିଚାଳକ ଆଶା ତରଣୀ ସେନ୍ ପ୍ରଧାନ, ପଦ୍ମିନୀ ଦେବୀ କଲେଜର ନିର୍ଦେଶକ ସାନନ୍ଦ ବାରିକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଗୋପାଳ ଜି ୟୋଗାଳୟର ଯୋଗସାଧକ ଅଷ୍ଟାଙ୍ଗ ଯୋଗ, ହଠ ଯୋଗ ଓ ଯୋଗ ଇତିହାସ ପ୍ରଦାନ କରିଥିଲେ । ସେହିପରି ବରିଷ୍ଟ ଯୋଗ ପ୍ରଶିକ୍ଷକ ଦୁର୍ଗା ଚରଣ ସାହୁ ଯୋଗ ଓ ପ୍ରାଣାୟାମ ତଥା ଆସନ ଓ ପ୍ରାଣାୟାମ ଉପକାରିତାକୁ ବୁଝାଇଥିଲେ । ଯୋଗକୁ ଆଗାମୀ ଦିନରେ ପ୍ରତି ବ୍ୟକ୍ତିର ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବା ଉଚିତ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ଓ ପ୍ରତି ଯୋଗ ଶିକ୍ଷକଙ୍କୁ ପରିଚୟ ପତ୍ର ଦେବା ସକାଶେ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ଯୋଗ ସଂସ୍ଥାନର ସଭାପତି ମନୋଜ ପଣ୍ଡା ,ଯୋଗ ମାର୍ଗ ଦର୍ଶକ ମନ ରଂଜନ ତ୍ରିପାଠୀ, ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଟ ଯୋଗ ପ୍ରଶିକ୍ଷକ ତଥା ସାଧକ ଆର୍ତ୍ତତ୍ରାଣ ବାବୁ ତଥା ଦୁର୍ଗା ଚରଣ ସାହୁଙ୍କୁ ଓଁ କାର ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments