ଭବାନୀପାଟଣା/କଳାହାଣ୍ଡି/୧୯/୨୦୨୨/ (ଆଧାର ନ୍ୟୁଜ) ଲାଞ୍ଜିଗଡ ବ୍ଲକ ଭାଟାଙ୍ଗପଦର ପଞ୍ଚାୟତରେ ମାନ୍ୟବର ରାଜ୍ୟସଭା ଶାସନ୍ଦଙ୍କ ଜନ୍ମଦିନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା. ଏଥିରେ ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ଭବାନୀପାଟଣା ପୌରାଧାକ୍ଷ୍ୟା ଶ୍ରୀମତୀ ସଂଯୁକ୍ତା ବେହେରା, ବିଜେଡି ଜ଼ିଲ୍ଲା ଯୁବସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ରବି ପଟଟନାୟକ, ଓଡିଶା ମୋପରିବାର ର ସଂଯୋଜକ ପ୍ରଦୀପ ଦାସ, କଳାହାଣ୍ଡି ସରପଞ୍ଚ ସଂଘର ସଭାପତି ସୁବୋଧ ରଣା, ଜ଼ିଲ୍ଲା ବିଜେଡି ସମ୍ପାଦକ ସୁରେଶ ମହାନନ୍ଦ ଏବଂ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦେଇଥଥିଲେ ଉକ୍ତ କାର୍ଯ୍ୟକ୍ରମରେ ଲବଣୀଧର ମହାନନ୍ଦ, ରୁପେନ୍ଦ୍ର ଛତ୍ରିଆ ଓ ମିତ୍ରଜୀତ ସିଂହ ପ୍ରମୁଖ ସହଯୋଗ କରିଥିଲେ. (ରିପୋର୍ଟ-ସାରଦା ପ୍ରସାଦ ମହାନ୍ତି)
Recent Comments