logo
add image
 CWS ଆନୁକୂଲ୍ୟରେ ଜଳ ପରିମଳ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

 CWS ଆନୁକୂଲ୍ୟରେ ଜଳ ପରିମଳ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାୟଗଡା-୧୯/୧୧/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ତାଡ଼ମା ଉଚ୍ଚ ବିଦ୍ୟଳୟରେ ଆଜି CWS ଆନୁକୂଲ୍ୟରେ ଜଳ ପରିମଳ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା.ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପାଳ ଅଧ୍ୟକ୍ଷତା କରିଥିଲେ. CWS ର community mobiliser ଶ୍ରୀଯୁକ୍ତ M. କ୍ରିଷ୍ଣା ରାଓ, FEW ଶ୍ରୀ ତପନ କୁମାର କାଡ୍ରାକା ଓ ଶ୍ରୀ ପ୍ରଦୀପ କୁମାର ଜିଲିକାରାଙ୍କ ସହିତ Research Person ପ୍ରମିତା ଶତପଥି ଜଳ ପରିମଳ ସ୍ୱଚ୍ଛତା ଉପରେ ଦୀର୍ଘ ଆଲୋଚନା କରିଥିଲେ. ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାସ୍ଥ୍ୟକର୍ମୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ. କୌଣସି ବି କାର୍ଯ୍ୟ ଯଥା ଖାଇବା,ରୋଷେଇ କରିବା ଇତ୍ୟାଦି ଇତ୍ୟାଦି କାର୍ଯ୍ୟ ପୂର୍ବରୁ କିପରି ହାତସଫା ରଖିବା ଓ ଶୌଚ ହେବାପରେ ସଫା ସୁତୁରା ରହିବାକୁ ବୁଝାଇଥିଲେ.ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ସାବୁନ ବଣ୍ଟନ କରାଯାଇ ସଭା ଭଙ୍ଗ କରାଯାଇଥିଲା l     

Recent Comments

Leave Comments

Top