logo
add image
 ସାଂସଦ ସୁଜିତ କୁମାରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ.

ସାଂସଦ ସୁଜିତ କୁମାରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ.

ଭବାନୀପାଟଣା/ କଳାହାଣ୍ଡି/୧୮/୧୧/୨୦୨୨/ (ଆଧାର ନ୍ୟୁଜ)  କଳାହାଣ୍ଡି ଜିଲ୍ଲାର ଅତିପରିଚିତସ ପ୍ରିୟ ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାରଙ୍କ ଜନ୍ମଦିନ ଉପଲକ୍ଷେ ଭବାନୀପାଟଣା ବ୍ଲକ ଅଧିନସ୍ତ ଯୁଗୀସାହିପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ସାଂସଦ ଆଦର୍ଶ ଗ୍ରାମପଞ୍ଚାୟତ, ଜ଼ିଲ୍ଲାପରିଷଦ ଜୋନ-୩ ଓ ଓଡ଼ିଶା ମୋ ପରିବାରର ମିଳିତ ଅନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା।
        ଉକ୍ତ ରକ୍ତଦାନ ଶିବିରକୁ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପୁଷ୍ପଲତା ନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା, ବେଳେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ ଦାସ ,ବରିଷ୍ଟ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।
 ଇତି ଅବସରରେ ବିଜେଡି ଜୋନ ସଭାପତି ଶ୍ରୀ ବିଜୟ ମାଝୀ , ବରିଷ୍ଟ ବିଜେଡି ନେତା ରମେଶ ଦାଶ , ଚାଁଚେର ପଞ୍ଚାୟତ ବିଜେଡି କାର୍ଯ୍ୟକାରୀ ସଭାପତି ସୁଶୀଲ ନାୟକ,ଶଗଡ଼ା ବିଜେଡି ପଞ୍ଚାୟତ ସଭାପତି ସୁକୃ ନାୟକ , ରିଷଗାଁ ବିଜେଡି ପଞ୍ଚାୟତ ସଭାପତି ଦୁରିଆ ବଗର୍ତି , କୁଟ୍ରୁଖମାର ବିଜେଡି ପଞ୍ଚାୟତ ସଭାପତି ଦ୍ରୁବ ସିଙ୍ଗ, ଦୁଆରସୁଣୀ ପଞ୍ଚାୟତ ବିଜେଡି ସଭାପତି ସୁରେଶ ପାତ୍ର, ତଳବେଳ ଗାଁ ବିଜେଡି ପଞ୍ଚାୟତ ସଭାପତି ସୁମନ୍ତ ଦାସ ,ମାଳଗାଁ ବିଜେଡି ପଞ୍ଚାୟତ ସଭାପତି ଘାସୀରାମ ରଣା ,କୁଳିଆମାଳ ବିଜେଡି ପଞ୍ଚାୟତ ସଭାପତି, ସୁବାସ ସାହୁ ,ଯୁବ ବିଜେଡି ଜୋନ ସଭାପତି ମୋହନ ଗହୀର,ଚାଁଚେର ପଞ୍ଚାୟତ ନାଏବ ସରପଞ୍ଚ ଶ୍ରୀମତୀ ସନମତି ମାଝୀ, ଶଗଡା ପୂର୍ବତନ ସରପଞ୍ଚ ଶ୍ରୀମତୀ ରୁକମଣି ମାଝୀ,ବିଜେଡି ଯୁବ ନେତା ଗୋବିନ୍ଦ ମାଝୀ , ଦିଲୀପ ପଟେଲ, ମଦନ ପାତ୍ର, ରବିଚନ୍ଦ୍ର ନାୟକ ସମେତ ଯୁଗସାଏପାଟଣା ର ଦଶାସନ ମାଝୀ,ଦୁଆରସୁଣୀ ରମେଶ ତଣ୍ଡୀ ଓ ରିଷଗାଁ ସୀତାରାମ ସାହୁ ପଞ୍ଚାୟତ ଓଡ଼ିଶା ମୋ ପରିବାର ସଂଯୋଜକ ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଜଣେଇଥିଲେ । ଉକ୍ତ ରକ୍ତଦାନ ଶିବିରକୁ ଓଡିଶା ମୋପରିବାର ଜ଼ିଲ୍ଲା ସଂଯୋଜକ ପ୍ରଦୀପ ଦାସ ଓ ବିଜେଡି ଯୁବନେତା ସୁରୁ ନାଏକ ପରିଚାଳନା କରଥିଲେ ।

                             (ରିପୋର୍ଟ ସାରଦାପ୍ରସାଦ ମହାନ୍ତି)

Recent Comments

Leave Comments

Top