ଗୁଣୁପୁରୁ/ରାୟଗଡ/୧୩/୧୧/୨୨/ (ଆଧାର ନ୍ୟୁଜ) ଏହି ଚିକିତ୍ସାଳୟକୁ ବହୁଦୂରରୁ ଆସନ୍ତି ଲୋକ ଚିକିତ୍ସା ପାଇଁ ।କିନ୍ତୁ ଏଠାରେ ନା ଭଲ ଡାକ୍ତରଅଛନ୍ତି । ନା ଠିକ୍ ଚିକିତ୍ସା ପାଆନ୍ତି ।ଏଠାକାର ଏକ୍ସରେ ସ୍ଥାନରେ ମଧ୍ୟ କେବଳ ଜଣେ ଅଛନ୍ତି ଯିଏ ଏହା ସମ୍ଭାଳି ବା କଷ୍ଟକର ବୋଲି କହିଛନ୍ତି । ସେ ଜଣେ ଏଠାରେ ଅଧିକ ସମୟ ଦିଅନ୍ତି ଯାହାକି ତାଙ୍କ ଖାଇବା କିମ୍ବା ବିଶ୍ରାମ ପାଇଁ ଅସୁବିଧା ହୁଏ ବୋଲି ଲୋକଙ୍କୁ ପଠାଇ ଦିଅନ୍ତି. ତାଙ୍କ ସମୟ ଅନୁସାରେ ହିଁ ସେ ଏକ୍ସ୍ରରେ ବାହାର କରି , ତା ପରେ ଯେତେ ରୋଗୀ ଥାନ୍ତୁ ସେ ଚାଲିଯାଆନ୍ତି ।ଏହି ଅସୁବିଧା ଯୋଗୁଁ ବହୁ ରୋଗୀ ନିରାଶ ହୋଇ ବାହାରକୁ ମାନେ ପାରଳାଖେମୁଣ୍ଡି ,ରାୟଗଡ଼ା ଯାଆନ୍ତି ।ସେହି ସମୟରେ ଯଦି ନ ପହଞ୍ଚି ପାରିଲେ । ରୋଗୀର ଜୀବନ ମଧ୍ୟ ଚାଲିଯାଏ । ଇଥିପାଇଁ କଣ ସରକାର କିଛି ବ୍ୟବସ୍ଥା କରି ପାରିବେନି କି ?ଏଠାରେ ମେସିନ ରଖିବା ପାଇଁ ଭଲ ଟେବୁଲ୍ ଗୋଟେ ବି ନାହିଁ ।ଦେଖନ୍ତୁ କେତେ ଅବ୍ୟବସ୍ଥା ।ଯେଉଁଠି ତେତେ ଗ୍ରାମର ଲୋକ ନିର୍ଭର କରନ୍ତି । ୟା ପୂର୍ବରୁ ବହୁତ୍ ମିଡ଼ିଆ ମାଧ୍ୟମରେ ଅଭିଯୋଗ ହୋଇଆସୁଥିଲେବି କୌଣସି ପ୍ରତିକାର ହୋଇପାରୁନାହିଁ.।ଏହାର ଉପଯୁକ୍ତ ପ୍ରତିକାର କରିବାକୁ ସାଧାରଣରେ ଦାବିକରିଛନ୍ତି.
Recent Comments