logo
add image
 ଉଚ୍ଚ ରକ୍ତଚାପ ଏବଂ ମଧୁମେହ କିଡ୍ନୀ ଜନିତ ରୋଗର ପ୍ରସାର ଓ ପଚାର 

 ଉଚ୍ଚ ରକ୍ତଚାପ ଏବଂ ମଧୁମେହ କିଡ୍ନୀ ଜନିତ ରୋଗର ପ୍ରସାର ଓ ପଚାର 

ରାୟଗଡା/୧୧/୧୧/୨୨/ (ଆଧାର ନ୍ୟୁଜ) ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗୀଙ୍କ କୀଡୀନି ଜନିତ ସମସ୍ୟା  ଦେଖା ଦେବାର ଅଧିକା ସମ୍ଭାବନା ଥାଏ ତେବେ ଏହି ରୋଗୀମାନେ କିଡ଼ନୀର ପ୍ରାକ ପରୀକ୍ଷାକରି ଆଗରୁ ସତର୍କ ରହିବା ଆବଶ୍ୟକ ଅଛି. ଏହି ପରିପେକ୍ଷୀରେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବିଭିଦ୍ଧ କ୍ଷେତ୍ର ସେବା ଭାରତୀ ଆନୁକୂଲ୍ୟରେ ରାୟଗଡା ସହର ବ୍ଲକ କଲୋନୀ ସ୍ଥିତ ହୋତା ପାଥଲୋଜି କ୍ଲିନିକ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ  ନିଃଶୁଳ୍କ କିଡ଼ନୀ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା. ପାଥୋଲୋଜିର ମୁଖ୍ୟ ତଥା ନଗର ସେବା ପ୍ରମୁଖ ଶ୍ରୀ ଶଶି ଭୂଷଣ ହୋତାଙ୍କ ତତ୍ୱାବଧାନରେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷଣ କରାଯିବା ସହ କିଡ଼ନୀ ରୋଗ ସମ୍ପର୍କରେ ସଚେତନା କରାଯାଇଥିଲା.ଏହି ଶିବିରରେ ୧୦୦ ରୁ ଅଧିକା ବ୍ୟକ୍ତି ରକ୍ତ ନମୁନା ଦେଇଥିଲେ. ଏହି କାର୍ଯ୍ୟକ୍ରମ ଆଜି ତଥା ତା ୧୧/୧୧/୨୦୨୨ ରିଖ ସକାଳ ୭ ଟା ସମୟରେ ଶ୍ରୀମତୀ ସବିତା ହୋତା ଭାରତ ମାତା ଫୋଟୋରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ୱଳନ କରିଥିଲେ . ଏଥିରେ ସଙ୍ଘର ବିଭିଦ୍ଧ କ୍ଷେତ୍ରର ପଦାଧିକାରୀ ମାନେ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ସକ୍ଷମର ପ୍ରାନ୍ତ ସଚିବ ଶ୍ରୀ ରାମଚନ୍ଦ୍ର ସାହୁ, ପ୍ରାନ୍ତ ଯୁବା ପ୍ରମୁଖ ଶ୍ରୀ ଶ୍ୟାମ କୁମାର ଦାଶ, ଦିବ୍ୟାଙ୍ଗ ସେବା କେନ୍ଦ୍ର ପାଳକ ଏମ  ବିଦ୍ୟା ସାଗର,ଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ,ଶ୍ରୀ ଅଜୟ ଚୂଲେଟ, ଶ୍ରୀ ଟି ନାଗରାଜୂ, ଶ୍ରୀ ରୋଶନ ପାଣିଗ୍ରାହୀ ଏବଂ  ଇନ୍ଦୁ ମଣ୍ଡାଙ୍ଗୀ, ଜିଲ୍ଲା ସେବା ଭାରତୀ ଉପସଭାପତି ଶ୍ରୀ ରଞ୍ଜିତ ବିଷୋୟୀ  ପ୍ରମୁଖ ଉପସ୍ଥିତ ଥିଲେ. ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସେବା ଭାରତୀ ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ପରିଚାଳନା କରିଥିଲେ. ଆଗାମି ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବୀ ଏବଂ ସାମାଜିକ କ୍ଷେତ୍ର ରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ସେବା ଭାରତୀ ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା କହିଥିଲେ .  

Recent Comments

Leave Comments

Top