logo
add image
  ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ-

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ-

ବିଷମକଟକ/ରାୟଗଡା/ ଜଗଦଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାତିଚାଞ୍ଚଡା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଗାଁକୁ ଯିବାପାଇଁ ଭଲ ରାସ୍ତା ନଥିବାରୁ 2କିମି ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ରୋଗୀ ।  ମୁନିଗୁଡା ବ୍ଲକ ଅନ୍ତର୍ଗତ ହାତିଚାଞ୍ଚଡା ଗାଁରେ ଆଜି ସନ୍ଧ୍ୟାରେ ସେହି ଗାଁର 6 ବର୍ଷର ଏକ ବାଳକ ରାଜେସ ଜାକେସିକା ଖେଳିବା ସମୟରେ କେଉଠି ପଡି ଯିବାପରେ ତାଙ୍କର ପେଟ ଓ ପିଠିରେ ଗଭିର ଆଘାତ ହୋଇଥିଲା l ତୁରନ୍ତ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ହେଲେ ଗାଁକୁ ଯିବାକୁ ଏକ କଲଭର୍ଟ କାମ ଦୀର୍ଘବର୍ଷ ଧରି କାମ ସରିନଥିବାରୁ ଆମ୍ବୁଲାନ୍ସ ଟି ଗାଁକୁ ଯାଇପାରି ନଥିଲା ତେଣୁ ଗ୍ରାମବାସୀ ଓ 108 ଆମ୍ବୁଲାନ୍ସ କର୍ମଚାରୀ ମନୋରଞ୍ଜନ କରଙ୍କ ସମେତ ଅନ୍ୟ ମାନେ ରାଜେଶକୁ ଖଟିଆରେ ଦିର୍ଘ 2 କିମି ବୋହି ଆଣି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଓ ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଅଣାଯାଇଥିଲା l ଏଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାଜେସର ଅବସ୍ଥା ଅଧିକ ଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ତାକୁ ନିକଟସ୍ଥ ବିଷମକଟକ କ୍ରିଷ୍ଟିଆନ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି l ସୂଚନା ଯେ ଦୀର୍ଘ ଦିନ ଧରି ସେହି ଗ୍ରାମକୁ ଯିବାକୁ ଭଲ ରାସ୍ତା ଟିଏ ନଥିବାରୁ ଅନେକ ସମୟରେ ବିଭିନ୍ନ ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ଯିବାକୁ ଅସୁବିଧା ହେଉଥିବ ବେଳେ ରାସ୍ତା କାମ ପାଇଁ କୋଲଭେଟ କାମ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ଠିକାଦାରଙ୍କ ଅବହେଳା ଯୋଗୁଁ ଏପରି ସମସ୍ୟା ବାରମ୍ବାର ଘଟୁଛି ବୋଲି ଗ୍ରାମବାସୀ କହିବା ସହ ଏନେଇ ବହୁ ବାର ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଅଭିଯୋଗ ହେଉଛି l ଏହି ଗ୍ରାମକୁ ହେଉଥିବ ରାସ୍ତାକାମ ଶୀଘ୍ର ସାରିବାକୁ ଗ୍ରାମବାସୀ ମାନେ ଦାବି କରୁଛନ୍ତି l     ( ରିପୋର୍ଟ- କାଶୀନାଥ ପାଳ- ଆଧାର ନ୍ୟଜ୍ )
                                            

Recent Comments

Leave Comments

Top