logo
add image
ସହୀଦ ପ୍ରତାପ ନାଏକଙ୍କ ସୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ସହୀଦ ପ୍ରତାପ ନାଏକଙ୍କ ସୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର/୦୧୧/୧୧/୨୦୨୨/ (ଆଧାର ଓଡିଶା) ସ୍ଥାନୀୟ ରାମଧୁନ କ୍ଲବ ସୋନପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସହୀଦ ପ୍ରତାପ ନାଏକଙ୍କ ସୃତିରେ ଆୟୋଜନ ହୋଇଥିବା ଏହି ରକ୍ତଦାନ ଶିବିରକୁ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିବାବେଳେ ଏହିଶିବିରରେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉଭୟ ମହିଳା ଓ ପୁରୁଷ ସ୍ୱଇଚ୍ଛାରେ ରକ୍ତ ଦାନକରି ନିଜର ମହାନତାର ପରିଚୟ ଦେଇଥିଲେ।ଏହିଶିବିରକୁ ଅନ୍ୟତମ ଅତିଥି ଭାବରେ ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ, ଡିଏମ୍ଓ ଡ଼ଃ ପ୍ରଦୀପ କୁମାର ଗୁରୁ,ଜିଲ୍ଲା କ୍ରୀଡା ସଂଘ ସଂପାଦକ ଚିତ୍ତରଞ୍ଜନ ତରାସିଆ,ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୂର୍ବତନ ନଗରପାଳ କଇରୁ ସ୍ୱାଇଁ,କାଉନସିଲର ପିୟୁଷ କୁମାର ପଣ୍ଡା, ଚନ୍ଦ୍ରମା ମୋଟର୍ସର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବାବୁ,ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା, କାଳୀପୂଜା କମିଟି ସଭାପତି ସୁରଜ ସାହୁ ଉପସଭାପତି ବୁବୁନ ନାଏକ, ସଂପାଦନ ସୁରେନ୍ଦ୍ର ନାଏକ,କୋଷାଧ୍ୟକ୍ଷ ରାଜୀବ ସାହୁ ପ୍ରମୁଖ ଉଦଘାଟନ କରିଥିବା ବେଳେ ଜିଲ୍ଲା ରକ୍ତ ଭଣ୍ଡାର ର ଅଧିକାରୀ ଡଃ ଦୁର୍ଗାଦତ୍ତ ଦାଶ , ଟେକନିସିଆନ୍ ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଦରୱ।ନ ,ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କ୍ଷେତ୍ରରେ କର୍ତ୍ତବ୍ୟ ରତ ଥିଲେ । କ୍ଲବର ବରିଷ୍ଠ ସଦସ୍ୟ ମନବୋଧ ଭୋଇ,ଶେଷଦେବ ମେହେର ,ଭକୋଡ ସ୍ୱାଇଁ,ଗୋପାଳ ବରାଇ, ସୁବାଷ ବିଶ୍ୱାଳ, ଲଡୁକିଶୋର ମଲ୍ଲିକ,ଟଙ୍କଧର କୁଅଁର, ହରିସାହୁ,ମାନସ ସେଠି,ଚନ୍ଦନ ବେହେରାଙ୍କ ସମେତ ରାମଧୁନ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ। 

Recent Comments

Leave Comments

Top