ରାୟଗଡା/୩୧/୧୦/୨୨/ (ଆଧାର ନ୍ୟୁଜ) ରାୟଗଡା ସାଇପ୍ରିୟା ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ରାୟଗଡା ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ ଉଦ୍ଧଘାଟନ କରିଥିଲେ। ଏହାସହିତ ସମ୍ମାନିତ ଅତିଥି ଭାବେ ସି. ଆର୍.ପି. ଏଫ୍. ଡିଆଇଜି ଶ୍ରୀ ବିଜୟ ଶାହା ଉପସ୍ଥିତ ରହିଥିଲେ। ଏହି ରକ୍ତଦାନ ଶିବିରରେ ସି.ଆର.ପି.ଏଫ୍. ରl, ଡି.ଆଇଜି. ଶ୍ରୀ ଶାହାଙ୍କ ସହ ସି.ଆର.ଏଫ୍ ଯବାନ ଓ ସାଇପ୍ରିୟା ୱାକର୍ସ କ୍ଲବର ସଦସ୍ୟ ମାନେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା। ମଧୁମେହ ରକ୍ତଚାପ ସହିତ ବହୁ ମହିଳା ଓ ପୁରୁଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡକ୍ଟର ମହମ୍ମଦ ମଜିଦ୍, ଡକ୍ଟର ସାଗରିକା ଜେନା, ଡକ୍ଟର ସୁରେଶ କୁମାର, ଡକ୍ଟର ଭି ଏଲ୍.ଏନ୍ ରାଜୁ, ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସାଇପ୍ରିୟା କ୍ଲବର ସଭାପତି ୱାକର୍ ସୁବାସ ବେହେରା ସମ୍ପାଦକ ୱାକର ସନ୍ନ୍ୟାସୀ ପାଣିଗ୍ରାହୀ କୋଷାଧ୍ୟକ୍ଷ ୱାକର କେ ଧର୍ମା ରାଜୁ ଉପସ୍ଥିତ ରହିଥିବାବେଳେ ସାଇପ୍ରିୟା ମହିଳା ୱାକର୍ସ କ୍ଲବର ସଭାପତି ୱାକର ପି ରମାଦେବୀ ସମ୍ପାଦକ ୱାକର କେ ଅରୁଣା , ୱାକର କେ ଅଶ୍ୱିନୀ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ। କ୍ଲବ ର ବହୁ ମହିଳା ଓ ପୁରୁଷ ସଦସ୍ୟ ଉପସ୍ଥିତ ରହିଥିଲେ। ରାୟଗଡା ୱାକର୍ସ କ୍ଲବର ୱାକର ଅଭିମନ୍ୟୁ ନାୟକ ଜି.ସି.ଡି ୱାକର୍ସ କ୍ଲବର ଉପଦେଷ୍ଟା ୱାକର ସୁରେନ୍ଦ୍ର ସାହୁ ସମ୍ପାଦକ ୱାକର ଦୀପକ ପୃଷ୍ଟି ଶିବିରରେ ଉପସ୍ଥିତ ରହିଥିଲେ । ଏହି ପବିତ୍ର ପ୍ରକଳ୍ପର ମୁଖ୍ୟ ଯୋଗଦାନକାରୀ ଏଲ୍ ଲତାଚନ୍ଦ୍ର ମଉଲି, କେ ଅଶ୍ୱିନୀ ରମେଶ,ଏସ୍ ଅନୁରାଧା ଆପଲେ ରାଜୁ ଏବଂ, ଦେବରାଜ ପଣ୍ଡା, ବି କେ ପାତ୍ର,ଟୀ ଏନ୍ ରାଉ,ଏସ୍ ସତ୍ୟନାରାୟଣ, କେ କୃଷ୍ଣରାଓ ଉପସ୍ଥିତ ରହିଥିଲେ
Recent Comments