logo
add image
ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କସହ ମିଳିତ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ସାକ୍ଷାତ ଓ ଆଲୋଚନା,

ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କସହ ମିଳିତ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ସାକ୍ଷାତ ଓ ଆଲୋଚନା,

ଭବାନୀପାଟଣା/(ଆଧାର ନ୍ୟୁଜ)  ୧୯/୧୦/୨୨/ ରିଖ ଦିବା ୧୨ ଘଣ୍ଟା ସମୟରେ ଜିଲ୍ଲାରେ ଉପୁଜିଥିବା ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ଏକ ୧୦ଜଣିଆ ସଦସ୍ୟ ମିଳିତଭାବେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଭେଟି ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ତଥା ଅବାଧ୍ୟରେ ବିକ୍ରୟ ହେଉଥିବା ଅପମିଶ୍ରିତ ଖାଦ୍ୟସାମଗ୍ରୀ ଏବଂ ଭେଜାଲ ଔଷଧ ବିକ୍ରୟ ହେଉଥିବା ସଂଦେହକରି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ ସହ ଦୀର୍ଘସମୟ ଆଲୋଚନା ହୋଇଥିଲା। ଏଠାରେ ପ୍ରକାଶ ଥାଉକି କଳାହାଣ୍ଡି ଜିଲ୍ଲାରେ ଡ୍ରଗସ୍ ଇନିସପେକ୍ଟର ବେଞ୍ଚାମିନ ଦାସଙ୍କ ବଦଳୀ ହେଵାପରେ ଦୀର୍ଘଦିନ ହେଲା ଏ ପଦବୀ ଖାଲିପଡ଼ିଛି। ଏତତ୍‌ ବ୍ୟତୀତ ଡ୍ରଗସ ଇନ୍ସିପେକଟର ଵିଭାଗ ଟି ସି.ଡି.ଏମ୍ ଓଙ୍କ ଅଧିନରେ ହୋଇ ନଥିବାରୁ ଏହାରି ଉପରେ ସେ ଵିସେସ କିଛି ଟିପଣି ଦେବାକୁ ମନାକରିଦେଇଥିଲେ । କିନ୍ତୁ ସାଧାରଣ ଜନତାଙ୍କ ଜାଣିବାର ଅଧିକାର ଅଛି। ଆମେ ଯେଉଁ ଔଷଧ ଖାଉଛୁ ଏହା ନକଲୀ ନୁହେଁ ତ ?ବୋଲି ମନରେ ପ୍ରଶ୍ନ ଉଙ୍କିମାରିବା ସ୍ଵାଭାବିକ. କାରଣ ନିକଟ ଅତିତରେ ଵିଭାଗିୟ୍ ଅଧିକାରୀ ମାନେ କଟକରେ ଓଚଢ଼lଉ କରି ବହୁପରିମାଣର ବ୍ଲଡ଼ପେସର ନକଲି ଔଷଧ ଠାବକରିଥିଲେ.ଏବଂ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା. ଠିକ୍ ସେହିଭଳି ଇତିହାସ କହେ ନକଳି ଔଷଧର ଚେର ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଚି, ବଲାଙ୍ଗୀରରୁ ସୃଷ୍ଟି ହୋଇଥାଏ। କାରଣ କଳାହାଣ୍ଡିରୁ କଟାବାଂଝି  ଦୂରତା ଦୃଷ୍ଟିରୁ ବହୁତକମ୍. ଏଣୁ ଜିଲ୍ଲାରେ ନକଲି ଔଷଧ କାରବାର ହେଉଥିବା ସଂଦେହ କରି ସିଡ଼ିଏମ୍ଓଙ୍କ ସହ ଆଲୋଚ଼ନା ହୋଇଥିଲା।ତତ୍ ସହିତ ଭବାନୀପାଟଣା ସହରରେ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଉଠାଦୋକାନୀ,ଠେଲା ଦୋକାନୀ ଷ୍ଟ୍ରିଟଫୁଡ଼,ଫାଷ୍ଟଫୁଡ଼ ପ୍ରତିଷ୍ଠିତ ମିଠା ଦୋକାନୀମାନେ ଯେଉଁଭଳି ଅସ୍ୟାସ୍ଥ୍ୟକର ପରିବେଶ ମଧ୍ୟରେ ଜଳଖିଆ ପଦାର୍ଥ ତିଆରିକରି ବିକ୍ରୟକରୁଛନ୍ତି ଏହାକୁ ଯେ କେହି ମଧ୍ୟ ଦେଖିଲେ କହିପାରେ. ଏହା କେତେ ସ୍ୟାସ୍ଥ୍ୟକର ଖାଦ୍ୟ. କିନ୍ତୁ ଏହାଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଫୁଡ଼ ଇନ୍ସିପେକ୍ଟର ଵା ଖାଦ୍ୟର ମାନ ନିରୀକ୍ଷଣ ଅଧିକାରୀ ନିୟମିତ ବ୍ୟବଧାନରେ ଯାଂଚ ନକରୁଥିବାରୁ ବାସୀ ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇ ଲୋକେ ରୋଗରେ ପଡ଼ୁଛନ୍ତି। ସେଭଳି ଜିଲ୍ଲା ବାହାରୁ କୁଇଣ୍ଟାଲ ,କୁଇଣ୍ଟାଲ ଅପମିଶ୍ରିତ ପନିର ଆଦି ଆସି ଏଠାରେ ବିକ୍ରିୟ ହେଉଛି। ଡ୍ରଗ୍ ଇନ୍ସିପେକଟର ଏଠାରେ ସୁପ୍ତପ୍ରାୟ ।ଏସବୁ ସମସ୍ୟାକୁ ନେଇ କଳାହାଣ୍ଡି ମିଳିତ ସାମ୍ବାଦିକ ସଂଘ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାରୁ ସିଡ଼ିଏମ୍ ଓ ତାଙ୍କ କୋଠରିକୁ ଫୁଡ଼ଇନ୍ସିପେକ୍ଟରଙ୍କୁ ଡ଼ାକି ତାଗିତ କରିବାର ସହ ନିର୍ଭର ପ୍ରତିଶୃତି ଦେଇଥିଲେ. ସେ ନିୟମିତ ବ୍ୟବଧାନରେ ଚଢ଼lଉକରି ଅସ୍ଵାସ୍ଥ୍ୟକର ଖାଦ୍ୟର ମାନ ଯାଞ୍ଚକରିବା ସହ ବେଆଇନ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୟକରୁଥିବା ଦୋକାନୀ ଙ ଉପରେ ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ ଆଲୋଚନାରେ ମିଳିତ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ନାରାୟଣ ପ୍ରସାଦ ନାୟକ,ସଂପାଦକ ଶାରଦା ପ୍ରସାଦ ମହାନ୍ତି, ଉପ ସଭାପତି ସତ୍ୟନାରାୟଣ ଦାସ,ମଧୂସୁଦନ ମହାପାତ୍ର, ସିମାଞ୍ଚଳ ତ୍ରୀପାଠୀ, ଗୋବିନ୍ଦ ପ୍ରଧାନ, କେଶବ ମେହେର, ଜୟକୃଷ୍ଣ ବେହେରା ,ବିରଞ୍ଚି କରୁଆ ଓ ବିରଞ୍ଚି ନାରାୟଣ ଯୋଶୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।  

Recent Comments

Leave Comments

Top