logo
add image
 ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗନିୟନ୍ତ୍ରଣ ଦିବସ ପାଳିତ

 ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣପୁର/୨୧/୧୦/୨୦୨୨/ (ଆଧାର ନ୍ୟୁଜ) ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ଵ, ଯାହା ସ୍ଵାଭାବିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ। ଉପଯୁକ୍ତ ମାତ୍ରାରେ ଆୟୋଡିନ ଯୁକ୍ତ ଲୁଣ ସେବନ ହିଁ ଆୟୋଡିନ୍ ଅଭାବ ଜନିତ ରୋଗ ନିରାକରଣର ଏକମାତ୍ର ଉପାୟ। ତେଣୁ ହସୁଥିବା ସୂର୍ଯ୍ୟଚିହ୍ନ ଥିବା ଲୁଣ ପ୍ୟାକେଟରୁ ହିଁ ଆୟୋଡିନ ଯୁକ୍ତ ଲୁଣ ସେବନ କରିବା ଉଚିତ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗ ନିୟନ୍ତ୍ରଣ ଦିବସ ଅବସରରେ ମତ ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ( ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଡିପିଏମ୍ ବିଶ୍ଵମ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ସ୍ଵାସ୍ଥ୍ୟ ଅଧିକାରୀ, ଜନସ୍ଵାସ୍ଥ ସଂପ୍ରସାରଣ ଅଧିକାରୀ, ବିପିଏମ, ସମସ୍ତ କାର୍ଯ୍ୟକ୍ରମ ପରିଚାଳକ, ଆଇସିଡିଏସ୍ ସୁପରଭାଇଜର ପ୍ରମୁଖ ଯୋଗଦେଇଥିଲେ। ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ଅଣସଂକ୍ରାମକ ରୋଗ ପରିଚାଳକ ଗୀତାଞ୍ଜଳି ମେହେର, ଆଶା ସଂଯୋଜକ ତରଣୀସେନ୍ ପ୍ରଧାନ ପ୍ରମୁଖ ଆୟଜନରେ ସହଯୋଗ କରିଥିଲେ।   

Recent Comments

Leave Comments

Top