logo
add image
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟଅଭିଯାନ ଶିବିର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟଅଭିଯାନ ଶିବିର

ଚନ୍ଦ୍ରପୁର/ରାୟଗଡା/୨୧/୧୦/୨୨/ (ଆଧାର ନ୍ୟୁଜ) ଚନ୍ଦ୍ରପୁର (ସ,ମି,ସ)ରାୟଗଡା ଜିଲ୍ଲା ଚନ୍ଦ୍ରପୁର  ସଦର ମହକୁମା ବ୍ଲକ ସଭାଗୃହ ଠାରେ ,ପଞ୍ଚାୟତ ସମିତି ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ କୋଇନ କିମ୍ଵାକା ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ, ଜିଲ୍ଲାପରିଷଦ ସଭ୍ୟ ସୁଜିତକୁମାର ବ୍ରେଡେକା ଯୋଗଦେଇଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗ ଡୁଙ୍ଗ,ରାୟଗଡା ଭିନ୍ନ କ୍ଷମ ମହାସଙ୍ଗ ସଭାପତି ଶିଶିର ରାଉଳ ଓ ସମ୍ପାଦକ ଅମରେନ୍ଦ୍ର ନାଥ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ସଦରଚିକିତ୍ସାଳୟରୁ ଆସିଥିବା ଡାକ୍ତର ଏଲ,କେ ସ୍ୱାମୀ ଅର୍ଥପେଡିକ,ଡାକ୍ତର ସଙ୍ଗମିତ୍ରା ପାତ୍ର ବଧିର ବିଭାଗ, କର୍ଣ, ନାସା, ଗୋଳା ବିଭାଗ, ଅସ୍ତି ବିଭାଗ,ମେଘ୍ନନା ସାମନ୍ତରାୟ ଚକ୍ଷୁ ବିଭାଗ, ସଂନ୍ଧ୍ୟା ଦାସ ଫାର୍ମଶିଷ୍ଟ ଜଗନ୍ନାଥ ନାୟକ, ମେଡ଼ିସିନ ବିଭାଗ ଡକ୍ଟର ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରିଥିଲେ ।ଏହି ସିବିରରେ ୨୪୫ ଜଣ ରୋଗୀ ଚିହ୍ନଟ କରାଯାଇଥିଲା । ଉକ୍ତ ଶିବିରକୁ ସାମାଜିକ ସୁରକ୍ଷା ଅଧିକାରୀ ବିକାଶ କୁମାର ନାୟକ ,ପଞ୍ଚାୟତ ନିର୍ବାହି ଅଧିକାରୀ ସହଯୋଗ କରିଥିବା ବେଳେ ଚନ୍ଦ୍ରପୁର ସଦର ଚିକିତ୍ସା ଲୟର ଡାକ୍ତର ସାଲୁକଚନ୍ଦ୍ର ପୂର୍ତ୍ତି, ଡାକ୍ତର ପ୍ରତ୍ୟୁଷ କୁମାର ମିଶ୍ର ଓ  ଅନନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଓ ବିଭିନ୍ନ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ ।ଏହି ଶିବିରରେ ମୋଟ ୭୦ଜଣରୁ ଅଧିକ  ହିତାଧିକାରୀ ଓ ବିଭିନ୍ନ ରୋଗୀମାନେ ପଞ୍ଜିକରଣ କରିଥିଲେ ।ଉକ୍ତ ଶିବିରକୁ ସାମାଜିକ ସୁରକ୍ଷା ଅଧିକାରୀ ବିକାଶ କୁମାର ନାୟକ ପରିଚାଳନା କରିଥିବାବେଳେ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ମାନସ ରଞ୍ଜନ ଜେନା,ରଞ୍ଜନ କୁମାର ପ୍ରଧାନ, ସୁଜିତ ତ୍ରିପାଠୀ, ଫିରଜ ସୁରିଆ,ଜୋଶନା ଶବର,ପରିଚାଳନାରେ ସହଯୋଗ କରିଥିଲେ   

Recent Comments

Leave Comments

Top