logo
add image
ସହାୟତାର ହାତ ବଡାଇଲେ ବ୍ରହ୍ମପୁର ବିଧାୟକ ଓ ରାୟଗଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧୀର କୁମାର ଦାସ ।

ସହାୟତାର ହାତ ବଡାଇଲେ ବ୍ରହ୍ମପୁର ବିଧାୟକ ଓ ରାୟଗଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧୀର କୁମାର ଦାସ ।

କଲ୍ୟାଣସିଂହପୁର/ରାୟଗଡା/୨୦/୧୦/୨୨/ (ଆଧାର ନ୍ୟୁଜ) ସହାୟତର ହାତ ବଡାଇଲେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ରାୟଗଡାର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର ଲମ୍ବତା ସାହିର ବାସିନ୍ଦା ମନୋରଞ୍ଜନ ଲମ୍ବତାଙ୍କ କିଛିଦିନ ହେବ ଦେହ ଅସୁସ୍ଥହୋଇ ଚିକିତ୍ସା ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କର ଚିକିତ୍ସିତ ଅବସ୍ଥାରେ କାଲି ବୁଧବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା । ସେତେ ବେଳେ ତାଙ୍କପାଖରେ ମା ବୈଦେଇ ଲମ୍ବତା ଓ ସ୍ତ୍ରୀ ଅନିତା ଲମ୍ବତା ,ବିଧବା ନାନୀ କୁନି ରହିଥିଲେ ।ଏହି ଖବର କଲ୍ୟାଣସିଂହପୁର ପରିବାର ଓ ସମ୍ପକୀୟ ଶୁଣିଥିଲେ । ମନୋରଞ୍ଜନଙ୍କ ମରଶରୀର କିପରି ଗାଁକୁ ଆସିବ ସେବିଷୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା  ସୁଧୀର କୁମାର ଦାସଙ୍କୁ ଅବଗତ କରିଥିଲେ । ତାଙ୍କ ମରଶରୀର କିପରି ଗାଁରେ ପହଂସଞ୍ଚିବ ଆଲୋଚନା କରିଥିଲେ ।ଏହାକୁ ନେଇ ସୁଧୀର ଦାସ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଯୋଗା ଯୋଗ ପାଇଁ କହିଥିଲେ ।ଏହି ବିଷୟ ଶୁଣି ମାନ୍ୟବର ବିଧାୟକଙ୍କ ନିର୍ଦେଶ ପାଇ ସଂଯୋଜକ ଗିରିଜଙ୍କ ସମେତ ମହାନଗରର ଯୁବ ବିଜେଡି ସଭାପତି ଅଜିତପଣ୍ଡା ଓ ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ଚିତ୍ରସେନ ମହାପାତ୍ର ,ଅବସର ପ୍ରାପ୍ତ ପୁଲିସ ସ୍ୱସିଆଲ କର୍ମୀ ଟି ବିଜୟ ରାଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ମନୋରଞ୍ଜନଙ୍କ ମର ଶରୀର କିପରି ଗାଁରେ ପହଞ୍ଚିବ ଶବ ଗାଡିର ବ୍ୟବସ୍ଥା କରିଥିଲେ ।ଯାହାଫଳରେ ଶବ ସୁବିଧାରେ ପହଞ୍ଚି ଥିବାରୁ ସହାୟତା କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ପରିବାର ପକ୍ଷରୁ ହୃଦୟଭରା କୃତଜ୍ଞତା ଜଣାଇଥିଲେ । 

Recent Comments

Leave Comments

Top