logo
add image
ମାଁଙ୍କ ପାଇଁ ଆବଶ୍ୟକ ହେଲା ରକ୍ତ। ପୁଅ ତ୍ରିନାଥ ଚେଷ୍ଟାପରେ ଦେବଦୂତ ହୋଇ ପହଞ୍ଚିଲେ ସୁକାନ୍ତ କୁମାର ମହାରଣା।

ମାଁଙ୍କ ପାଇଁ ଆବଶ୍ୟକ ହେଲା ରକ୍ତ। ପୁଅ ତ୍ରିନାଥ ଚେଷ୍ଟାପରେ ଦେବଦୂତ ହୋଇ ପହଞ୍ଚିଲେ ସୁକାନ୍ତ କୁମାର ମହାରଣା।

କୋଲନରା/ରାୟଗଡା/୧୯/୧୦/୨୨/ (ଆଧାର ନ୍ୟୁଜ ) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ପଞ୍ଚାୟତ ଗୁନାଖାଲ ଗ୍ରାମର ମହିଳା ‌ ଅମ୍ବିକା ପାତ୍ର କୈାଣସି ବଡ଼ ଧରଣର ରୋଗରେ ପିଡିତ ଥିବା ଜାଣିବାକୁ ମିଳିଛି। ତାଙ୍କ ପୁଅ ରାୟଗଡ଼ା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଦେଖାଇବା ପରେ ଡାକ୍ତର ତାଙ୍କୁ ରୋଗସହ ରକ୍ତଅଭାବ ହେଉଥିବା କହିଥିଲେ. ତ୍ରିନାଥ ରକ୍ତପାଇଁ ବହୁ ଚେଷ୍ଟାକରିବା ସହ ନିଜ ସଂପର୍କୟ ସହ ମଧ୍ୟ ପଚାରି ବୁଝିଥିଲେ. ହେଲେ ଅମ୍ବିକାଙ୍କ ପାଇଁ ଯେଉଁରକ୍ତ ଆବଶ୍ୟକ ଥିଲା ତାହାହେଲେ o+ve BOMBAY PHONTY ରକ୍ତ ଆବଶ୍ୟକ ହୋଇଥିଲା. ଏହି ସମୟରେ ତ୍ରିନାଥ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା ଯାହା ଫଳରେ ଶେଷରେ ସେ ବିଭିନ୍ନ ଗ୍ରୁପ୍ ରେ ଛାଡ଼ିଥିଲେ.ଏହି ସମୟରେ କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳ ଯୁବକ ସୁକାନ୍ତ କୁମାର ମହାରଣା ସେହି ମେସେଜ ଦେଖି ତ୍ରିନାଥଙ୍କୁ ଫୋନକରି ପଚାରି ବୁଝିଥିଲେ. ସେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରକ୍ତଦେଇ ଗୋଟିଏ ମାର ଜୀବନକୁ ବଚେଇ ଦେଇଛନ୍ତି ।ସେଥିପାଇଁ ସୁକାନ୍ତ କୁମାର ମହାରଣାଙ୍କୁ ତ୍ରିନାଥ ଧନ୍ୟବାଦ ଜଣାଇଛନ୍ତି ।

Recent Comments

Leave Comments

Top