logo
add image
ପଲିଥିନ୍ ବ୍ୟବହାର ବନ୍ଦ୍ କରିବାକୁ ସଚେତନ କରାଇଲେ ଛାତ୍ରଛାତ୍ରୀ

ପଲିଥିନ୍ ବ୍ୟବହାର ବନ୍ଦ୍ କରିବାକୁ ସଚେତନ କରାଇଲେ ଛାତ୍ରଛାତ୍ରୀ

ବୌଦ୍ଧ/23/02/22/ ( ନ୍ୟୁଜ-ଆଧାର ଓଡିଶା ) ବୌଦ୍ଧଜିଲ୍ଲାର  ବୁଧବାର ହାଟ କହିଲେ ସମସ୍ତେ ଜାଣନ୍ତି.ବଘିଆପଡା ଠାରେ ବସୁଥିବା ଏହି ସାପ୍ତାହିକ ହାଟକୁ ଶତାଧିକ ବ୍ୟବସାୟୀ ଏବଂ ବୌଦ୍ଧ ସହର ସହିତ ଶତାଧିକ ଗ୍ରାମର ହଜାର ହଜାର ଲୋକ ଆସି କିଣାବିକା କରନ୍ତି। ଏଠାରେ ଲକ୍ଷାଧିକ ପଲିଥିନ ବ୍ୟାଗ ବ୍ୟବହୃତ ହୋଇଥାଏ  ଓ ପରିବେଶକୁ ନଷ୍ଟ କରିଥାଏ ।ଏହା ଦେଖି ହାଟକୁ ଲାଗି ରହିଥିବା ବଘିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ପଲିଥିନ୍ ବ୍ୟବହାର କୁ ନିଷେଧ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଅଣ୍ଟାଭିଡ଼ିଛନ୍ତି ।ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟର ଇକୋ-କ୍ଲବ ଛାତ୍ରଛାତ୍ରୀ ପ୍ଲାକାର୍ଡ଼ ଧରି ବିଦ୍ୟାଳୟ ସମ୍ମୁଖ ଓ ହାଟ ସମ୍ମୁଖରେ ଦୁଇ ଧାଡ଼ିରେ ରହି ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ବିଭିନ୍ନ ସ୍ଲୋଗାନ ଦେଇଥିଲେ ଏବଂ ପଲିଥିନର ଭୟାବହତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ବ୍ରୋଞ୍ଜ ମେଡାଲ ଜିତିଥିବା ବିଶ୍ୱନାଥ ମିଶ୍ର  ଏସ ଏମ ସି ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଶିକ୍ଷକ ଜୟ ମହ।ନନ୍ଦିଆ ଓ ସତ୍ୟାନନ୍ଦ ଦନାୟକ ,ଶିକ୍ଷୟିତ୍ରୀ କୁମୁଦିନୀ ମଲ୍ଲିକ ,ବିଥିକା ସାମନ୍ତରାୟ ,ମାଳତୀ ହରିପାଲ ଓ ଦୀପାଞ୍ଜଳୀ ମଲ୍ଲିକ ସଂଚାଳନ
 କରିଥିଲେ । ବିଦ୍ୟାଳୟର ଏହି ମହତ ପ୍ରୟାସକୁ ହାଟକୁ ଆସିଥିବା ଲୋକମାନେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

                      (  ରିପୋର୍ଟ-ଧବଳେଶ୍ଵର ମହାପାତ୍ର )

Recent Comments

Leave Comments

Top