ରାମନାଗୁଡା/ରାୟଗଡା/୧୮/୧୦/୨୦୨୨/ (ଆଧାର ନ୍ୟୁଜ) ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାର ଅସ୍ଥି ଶଲ୍ୟ ବିଶେଷଜ୍ଞରଞ୍ଜନ କୁମାର ସାହୁ ,ଭେଷଜ ବିଶେଷଜ୍ଞ ସୁରେଶ କୁମାର ଦେ,ଚକ୍ଷୁ ବିଶେଷଜ୍ଞ ମେଘନା ସାମନ୍ତରାୟ,ଶ୍ରବଣ ବିଶେଷଜ୍ଞ ସଂଘମିତ୍ରା ପାତ୍ର, ସୁପ୍ରଭା ପଣ୍ଡା , ବିଶେଷଜ୍ଞ ଓ ଡାକ୍ତରମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏସ ଓ ଏମ କେ ଗମାଙ୍ଗ, ସି ଆର ଏ ସୀମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ସର୍ବମୋଟ ୩୦୩ଜଣ ପଞ୍ଜିକରଣ କରିଥିବା ବେଳେ ୨୭୬ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିପରି ୧୫ଜଣ ଶାରିରୀକ ଅକ୍ଷମ ଲୋକଙ୍କୁ ବସ ପାସ୍ ସୁବିଧା ସହ ଜଣଙ୍କୁ ହ୍ୱିଲ ଚେୟାର,୫ଜଣଙ୍କୁ ପେନସନ,୬ଜଣ ଭିନ୍ନକ୍ଷମ ଶିବିରାର୍ଥୀ ବାଣିଜ୍ୟକ ଉଦ୍ଧେଶ୍ୟରେ ବିଚାର ଆଇ ରୂପ ନିମନ୍ତେ ଆବେଦନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Recent Comments