ବିଷମକଟକ/୧୭/୧୦/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ସହାଡ଼ା ପଞ୍ଚାୟତର କାରାପାଡି ଗ୍ରାମରେ ଗୋଟାଏ ଦିନ ମଧ୍ୟରେ ୧୨ ଜଣ ଝାଡା ବାନ୍ତିରେ ଆକ୍ରନ୍ତ ହୋଇଛନ୍ତି। ୧୨ ଆକ୍ରନ୍ତଙ୍କ ମଧ୍ୟରେ ୯ ଜଣ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗତକାଲି ବିଳମ୍ବିତ ରାତିରୁ କାରାପାଡି ଗ୍ରାମର ଜଣକ ପରେ ଜଣେ ଝାଡା ବାନ୍ତିରେ ଆକାର୍ନ୍ତ ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାର ଭୟବିର ବାତାବରଣ ଖେଳିଯାଇଛି। ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ୯ ଜଣ ଝାଡା ବାନ୍ତି ଆକ୍ରାନ୍ତରେ ଚିକିତ୍ସିତ ହେଉଥିବା ବେଳେ ଗାଁରେ ତିନି ଜଣ ଆକ୍ରନ୍ତ ହୋଇ ଘରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ କହିଛନ୍ତି। କେଉଁ କାରଣରୁ ଗ୍ରାମ ବାସୀ ଏଭଳି ଝଡାବାନ୍ତି ରେ ଆକ୍ରନ୍ତ ହୋଇଛନ୍ତି ତାକୁ ନେଇ ଚିନ୍ତାରେ ।ବର୍ତମାନ ସୁଦ୍ଧା କାରାପାଡି ଗ୍ରାମର ବାଙ୍ଗାରି ପାଲାକା(୭୦)ଲଳିତା କଲକା(୨୫)ମୁତ୍ତା କଲକା(୪୫)ଇନ୍ଦ୍ର କଲକା(୪୫)ସିଙ୍ଗାରି ଜଗାରାଙ୍ଗା(୫୮)ଚାନ୍ଦିନୀ କଲକା(୩୫)ପୁରନ୍ତ ଉର୍ଳାକା(୨୨)ରାଜୀବ କଲକା(୨୬) ଏବଂ କୋଟିଆ କଲକା(୩୫) ସମେତ ବିଷମ କଟକ ଗୋସ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଚିକିତ୍ସିତ ହେଉଥିବା ବେଳେ ଘରେ ରହି ୩ ଜଣ ଚିକିତ୍ସିତ ହେଇଛନ୍ତି।
କାରାପାଡି ଗ୍ରାମରେ ଗୋଟାଏ ଦିନରେ ଏଭଳି ଝାଡା ବାନ୍ତି ବ୍ୟାପିବା ପରେ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ଯେଉଁ ମାନେ ଝାଡା ବାନ୍ତିରେ ଆକ୍ରନ୍ତ ହୋଇ ଘରେ ରହିଛନ୍ତି ସେମାନଙ୍କୁ ମେଡିକାଲ ଆଣିବା ବ୍ୟବସ୍ତା କାରାଯାଉଛି। ଡାକ୍ତରୀ ଟିମ ଗ୍ରାମର ସ୍ଥିତି ଅନୁଧ୍ୟାନ କରି ଫରିବା ପରେ ସେମାନଙ୍କ ରିପୋର୍ଟ ଦେବା ପରେ କେଉଁ କାରଣରୁ ଗ୍ରାମରେ ଏଭଳି ଝାଡା ବାନ୍ତିରେ ଶିକାର ହୋଇଛନ୍ତି ତାହାର କାରଣ ଜଣା ପଡିବ ବୋଲି ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ-ଅଂଶୁପ୍ରଭା ଚୌଧୁରୀ ସୂଚନା ଦେଇଛନ୍ତି।
Recent Comments