logo
add image
ରାଜସୁନାଖଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଜସୁନାଖଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରଣପୁର/17/10/୨୨/(ଆଧାର ନ୍ୟୁଜ) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆଜି ସକାଳ ୧୦ଘାଟରେ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ! ଏହି ଚକ୍ଷୁ ଚିକିତ୍ସା ଶିବିରରେ,ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ବ୍ଲକ ବିଜେଡି ସଭାପତି ପାଣ୍ଡଵ ସେଠୀ,  ଆଇନ ଜୀବି ତଥା ବ୍ଲକ ବିଜେଡି ଯୁବ ସଭାପତି ରାଜୀବ ଲୋଚନ ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ତପନ ପ୍ରଧାନ ,ଏନ.ୱାଇ.କେ.ବ୍ଲକ ଏନ.ୱାଇ.ଭି ଅର୍ପର୍ଣ୍ଣlମିଶ୍ର,ଯୋଗଦେଇଥିଲେ !,ଭୁବନେଶ୍ୱର ସ୍ଥିତ କର ଭିଜନ ଆଖି ଚିକିତ୍ସାଲୟ ତରଫରୁ ଡାକ୍ତର ରଜନୀକାନ୍ତ ସାମନ୍ତରାୟ ,ଲିମ୍ଫାଶ୍ରୀ ସାମନ୍ତରାୟ, ବିଶ୍ୱଜିତ ରାଉତ, ଜ୍ୟୋତିରlଦିତ୍ୟ ରାୟ ଚକ୍ଷୁ ପରୀକ୍ଷା କାର୍ଯ୍ୟକୁ ପରିଚାଳନା କରିଥିଲେ!ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ଅଞ୍ଚଳର ଗରିବ ଶ୍ରେଣୀର ୮୬ ଜଣ ବୃଦ୍ଧଵୃଦ୍ଧା ଓ ବୟସ୍କ ନିଜର ଆଧାର,ରାସନ ଓ ବିଜୁସ୍ୱାସ୍ଥ୍ୟ କାର୍ଡ ଦେଇ ଆଖି ପରୀକ୍ଷା କରlଯାଇଥିଲା ବେଳେ କମ ଦୃଷ୍ଟିଶକ୍ତି ଥିବା ଲୋକମାନଙ୍କ ଠାରୁ ଶହେ ଟଙ୍କା ନେଇ ଆବଶ୍ୟକ ମୁତାବକ ଚଷମାପ୍ରଦାନ କରାଯାଇଥଲା.!୨୨ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଭୁବନେଶ୍ୱର କର ଆକ୍ଷୀ ଡାକ୍ତରଖାନାକୁ ନିଆଯାଇଥିଲା !ଏହି ଶିବିରକୁ! ସ୍ଥାନୀୟ ଯୁବଗୋଷ୍ଠୀ ସଦସ୍ୟ ମନୋଜ କୁମାର ମlହାପାତ୍ର, ସିଲୁ କାଳସୀ,ସତ୍ୟଜିତ ସାହୁ,ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହ ପରିଚାଲନ କରିଥିଲେ !

Recent Comments

Leave Comments

Top