ଅସ୍ତରଙ୍ଗ/ (ଆଧାର ନ୍ୟୁଜ) ଜନ୍ମଠାରୁ ବୟସ ପାଞ୍ଚବର୍ଷ ହେଲେ ପିଲା ଆପେ ଆପେ ହୋଇଯାଉଛନ୍ତି ଦିବ୍ୟାଙ୍ଗ. ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ଗ୍ରାମର ବିଜୟସ୍ୱାଇଁଙ୍କ ପରିଵାରରେ ଏହି ଅଜଣା ରୋଗ ଆଣିଛି ନାହିଁ ନଥିବା ଦୃଦଶା. ସୁସ୍ଥ ଜନ୍ମିତ ପିଲା ଚାରିରୁ ପାଞ୍ଚବର୍ଷ ପରେ ଆପେ ଆପେ ଅକ୍ଷମ ହେବାର କାରଣ ମଧ୍ୟ ଡ଼କ୍ଟର ଜାଣିପାରୁନାହାନ୍ତି. ଗୋଟିଏ ପୁଅ, ଦୁଇଟି ଝିଅ ଓ ସ୍ତ୍ରୀକୁ ନେଇ ପାଞ୍ଚପ୍ରାଣୀ କୁଟୁମ୍ବକୁ ନେଇ ବିଜୟ ସ୍ୱାଇଁଙ୍କ ପରିଵାର.
ବିଜୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ. ପରିଵାର ଏହି ଦୃଦଶା ପାଇଁ ବହୁତ ଦିନହେବ ସେ ଘରେରହି ନିଜ ଦିବ୍ୟାଙ୍ଗ ପିଲାଙ୍କୁ ସୁସ୍ଥ କରିବାଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ବିଫଳ ହେବାପରେ ନିଜେ ଅସହାୟ ହୋଇପଡିଛନ୍ତି.ଏହି ପରିବାର ପ୍ରଥମ ପୁଅ ସିବୁନାର ଜନ୍ମ ପରେ ବେଶ ଖୁସିରେ ଚାଲିଥିଲା ସଂସାର. ହଟାତ ଚାରି ବର୍ଷପରେ ସିବୁନାଙ୍କୁ ବିଜୟଙ୍କ ପତ୍ନୀ ଅଙ୍ଗନବାଡି ନେଇ ଯାଉଥିବା ସମୟରେ ହଠାତ ଦିବ୍ୟାଙ୍ଗ ହୋଇଯାଇଥିଲେ.ଏହାର କିଛି ଦିନପରେ ଆଉ ଏକ କନ୍ୟାସନ୍ତାନ ସିଆଲି ଜନ୍ମ ହେବାପରେ ବିଜୟ ଓ ତାଙ୍କ ପତ୍ନୀ ବେଶ ଯତ୍ନର ସହ ଲାଳନ ପାଳନ କଲେ. ସିଆଲିକୁ ପାଞ୍ଚବର୍ଷ ହେଲାବେଳକୁ ପୁଅ ସିବୁନା ପରି ସେମଧ୍ୟ ଭିନ୍ନକ୍ଷମ ହୋଇଗଲା. ବର୍ତମାନ ବିଜୟ ଙ୍କ ଅନ୍ୟ ଏକଝିଅ ଲକ୍ଷ୍ମୀପ୍ରିୟା ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ଆରମ୍ଭ ହୋଇଛି.
ଯାହାକି ବିଜୟଙ୍କ ନିକଟରେ ଆର୍ଥିକ ସମ୍ବଳ ଅଭାବ ଥିବାରୁ ପିଲାଙ୍କୁ ଚିକିତ୍ସା କରିପାରୁନାହାନ୍ତି. ଅନ୍ୟ ପଟେ ବିଜୟ ନିଜ ଅଞ୍ଚଳରେ ମଜୁରୀ ଲାଗି ପରିବାର ପ୍ରତିପୋଷଣ ସହ ନିଜ ପିଲାଙ୍କ ଚିକିତ୍ସା କରିବାପାଇଁ ଅସହାୟ ହୋଇପଡିଛନ୍ତି.ଏ ବିଷୟରେ ଅସ୍ତରଙ୍ଗ ତହସିଲିଦାର ରାଜଲକ୍ଷ୍ମୀ ନାୟକ ଜଣାଇବାରୁ କହିଛନ୍ତି ଏ ବିଷୟରେ ଜିଲ୍ଲା ଅଫିସକୁ ଜଣାଇବି ତୁରନ୍ତ ସାହାଯ୍ୟ ପାଇଁ ଚେଷ୍ଟା କରିବୁ.
Recent Comments