logo
add image
 ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୨ ପାଳିତ l

 ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୨ ପାଳିତ l

ରାୟଗଡା/୦୧/୧୦/୨୦୨୨/ (ଆଧାର ନ୍ୟୁଜ)-ଅଶୋକ କଲ୍ୟାଣ ମଣ୍ଡପ ରାୟଗଡା ଠାରେ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୨ ଉପଲକ୍ଷେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ବୃହତ୍‍ ସ୍ୱାସ୍ଥ୍ୟ ଶିବରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ବଛୁଆବର୍ଗ କଲ୍ୟାଣ ବିଭାଗ ତଥା ଆଇନ ବିଭାଗ, ଓଡିଶା ସରକାର ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମାନ୍ୟବର ବିଧାୟକ, ରାୟଗଡା ଅଧ୍ୟକ୍ଷ ପୌରପରିଷଦ ଶ୍ରୀ ମହେଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ଉପ-ଜିଲ୍ଲାପାଳ ରାୟଗଡା ଭିମସେନ ଶବର, ଅଧ୍ୟକ୍ଷ ରାୟଗଡା ପଞ୍ଚାୟତ ସମିତି, କୁମାରୀ ଟୁନି ହୁଇକା, ଉପାଧ୍ୟକ୍ଷ ରାୟଗଡା ପଞ୍ଚାୟତ ସମିତି ଶ୍ରୀ ହରପ୍ରସାଦ ହେପ୍ରୁକା, ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ଲାଲ୍‍ ମୋହନ ରାଉରାୟ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ସମ୍ୟା ପୁଲାକା ଏବଂ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡା ବ୍ଲକର ୧୭୪ ଜଣ ଓ ପୌର ପରିଷଦର ୪୮ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍‍ସନ ଯୋଜନାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ମଞ୍ଜୁରିପତ୍ର ପ୍ରଦାନ କରାଯାଇଥିଲା ଓ ଡାକ୍ତର ମାନଙ୍କ ଦ୍ୱାରା ସମସ୍ତ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ପରିମାଣ କରାଯାଇ ଔଷଧ ବିତରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡା ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ରଶ୍ମିତା ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଓ ପଞ୍ଚାୟତରାଜ ପ୍ରତିନିଧି ଯୋଗ ଦେଇଥିଲେ ।  

Recent Comments

Leave Comments

Top