ଡୁଙ୍ଗୁରିପାଲି/ସୁବର୍ଣ୍ଣପୁର/୨୯ /୦୯/୨୦୨୨/ (ଆଧାର ନ୍ୟୁଜ) ସୋନପୁରଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୫ଟି ହାଇସ୍କୁଲ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମକୁ ସୋନପୁର ଏ ବି ଇ ଓ ପ୍ରତାପ ଚନ୍ଦ୍ର ଦାଶ, ଫକୀର ଚରଣ ଭୋଇ ଉଦଘାଟନ କରିଥିବା ବେଳେ ଏଥିରେ ୩୦୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା l ଏଥି ମଧ୍ୟରୁ ୪୫ ଜଣଙ୍କୁ ଊଚ୍ଚ ଚିକିତ୍ସା ପାଇଁ ରେଫର କରାଯାଇଛି l ଏବଂ ୧୦୫ ଜଣଙ୍କୁ ପାୱାର ଚଷମା ପ୍ରଦାନ କରାଯିବ l ସୋନପୁର ବ୍ଲକର ଗୋଷ୍ଠି ସମ୍ବଳ ଶିକ୍ଷକ ରଞ୍ଜନ ସାଙ୍କ ତତ୍ୱାବଧାନ ରେ ଏହି ସୁନେତ୍ର (ଚକ୍ଷୁ ଚିକିତ୍ସା ଶିବିର) ଅନୁଷ୍ଠିତ ହୋଇ ଥିବା ବେଳେ ଡା, ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ସମେତ ଆରବିଏସକେ ଟିମ ସହଯୋଗ କରିଥିଲେ l
Recent Comments