logo
add image
 ତହସିଲ ଅଫିସର ପ୍ରାକ୍ତନ କର୍ମଚାରୀ ପ୍ରମୋଦ ବେହେରାଙ୍କ ପରଲୋକ-ସୋନପୁର ସହରରେ ଶୋକ

ତହସିଲ ଅଫିସର ପ୍ରାକ୍ତନ କର୍ମଚାରୀ ପ୍ରମୋଦ ବେହେରାଙ୍କ ପରଲୋକ-ସୋନପୁର ସହରରେ ଶୋକ

ସୁବର୍ଣ୍ଣପୁର/21/02/2022/( ନ୍ୟୁଜ-ଆଧାର ଓଡିଶା)  ସୁବର୍ଣ୍ଣପୁର ତହସିଲ ଅଫିସର ପ୍ରାକ୍ତନ କର୍ମଚାରୀ ତଥା  ମଝିପଡ଼ା ନିବାସୀ ପ୍ରମୋଦ କୁମାର ବେହେରା 77 ଙ୍କ ଆଜି ସକାଳ 8 ଘଣ୍ଟା ସମୟରେ ପରଲୋକ ଘଟିଥିବାରୁ ମଝିପଡ଼ା ସମେତ ସୋନପୁର ସହରରେ ଶୋକ ଖେଳିଯାଇଛି l ସ୍ବର୍ଗତ ବେହେରା ଜଣେ ସରଳ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ଆଜି  ବରିଷ୍ଠଙ୍କ ଗ୍ରେସ ନେତା ଇସ୍ମାଇଲ ଖାଁ, ବିଶିଷ୍ଠ ସମାଜସେବୀ  ଶ୍ରୀବତ୍ସ ମଲ୍ଲିକ, ଲଡ଼ୁ କିଶୋର ମଲ୍ଲିକ, ଚକ୍ରାୟୁଧ ନାଏକ, ଶେଖର ନାଏକ,ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସ୍ୱଚ୍ଛ ଭାରତର ଉପଦେଷ୍ଟା ବିନୋଦ ମେହେର ପ୍ରମୁଖ  ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନକୁ ଓ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟକୁ ପହଞ୍ଚି ସ୍ବର୍ଗୀୟ ବେହେରାଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଏ ଖବର ପାଇ  ସ୍ୱଚ୍ଛଭାରତ ସଭାପତି ଲଷ୍ମୀ ନାରାୟଣ ମେହେର,ପ୍ରତିଷ୍ଠାତା ସଭ୍ୟ ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ,ଇନ୍ଦୁମତି ପୁରୋହିତ,ପ୍ରମୋଦ ସାହୁ ପ୍ରମୁଖ ସମସ୍ତ ସଭ୍ୟ ସ୍ବର୍ଗୀୟ ବେହେରାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଶବସଂସ୍କାର ଲାଗି କାଠ ସରଞ୍ଜାମର  ସୁ -ବ୍ୟବସ୍ଥା କରିଥିବା ବେଳେ ପୁଅ ଜଗ, ଜୟନ୍ତ, ଜୟ. ଝିଅ ତପସ୍ୱିନୀ, ବିନୋଦିନୀ,ଦୁଇ ଜ୍ୱାଇଁ, ତିନି ବୋହୁ, ନାତି, ନାତୁଣୀ, ମର ଶରୀର ପାଖରେ ଘରେ ଉପସ୍ଥିତ ଥିଲେ l ବଡ଼ ପୁଅ ଜଗନ୍ନାଥ ପିତାଙ୍କୁ ମୁଖାଗ୍ନି ଦେଇଥିଲେ l     ( ରିପୋର୍ଟ-ଯୁଧିଷ୍ଠିର ସାହୁ )
                                                                     

Recent Comments

Leave Comments

Top